ହେଡଲାଇନସ୍:

ଗନ୍ଧମାର୍ଦ୍ଧନ ପର୍ବତକୁ ପ୍ରାଣୀ ଅଭୟାରଣ୍ୟ ପାଇଁ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep - ପଦ୍ମପୁର ଉପଖଣ୍ଡର ଗୌରବ ଗନ୍ଧମାର୍ଦ୍ଧନ ପର୍ବତକୁ ଏକ ପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଇବା ପାଇଁ ବରିଷ୍ଠ  ବିଜେପି ନେତା ସୁବାଷ ଚୌହାନ ଏକ ସ୍ୱାଗତଯୋଗ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି  । ଏହି ପରିପେକ୍ଷୀରେ ଶ୍ରୀ ଚୌହାନ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟି ଏହି ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିଲ ଓଡିଶାର ଗଙ୍ଗା ରୁପରେ ପରିଚିତ ଗନ୍ଧମାର୍ଦ୍ଧନ ପର୍ବତର ଗୋଟିଏ ପଟେ ନୃସିଂହନାଥ ଏବଂ ଅନ୍ୟ ପଟେ ହରିଶଙ୍କର ଭଳି ସୁନ୍ଦର ଦର୍ଶନୀୟ ସ୍ଥଳ ଅବସ୍ଥାପିତ ରହିଛି  । ଦୁର୍ଲଭ ଜଡିବୁଟିରେ ଭରପୁର ଗନ୍ଧମାର୍ଦ୍ଧନ ପର୍ବତରାଜିକୁ ପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଗଲେ ଉଭୟ ତୀର୍ଥକ୍ଷେତ୍ରର ସାମଗ୍ରିକ ବିକାଶ ହେବା ସହିତ ଅଂଚଳରେ ପ୍ରାଣୀ ଓ ପରିବେଶ ସୁରକ୍ଷା, ଜଙ୍ଗଲ ବୃଦ୍ଧି, ସ୍ଥାନୀୟ ଆଦିବାସୀ ସମାଜର ଜୀବନ ଜିବିକା ନିର୍ବାହ, ଆର୍ୟୁବେଦିକ ବନଶ୍ପତିର ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ପ୍ରତିଷ୍ଠା  ଭଳି ଅନେକ କଥା ହୋଇ ପାରିବ ବୋଲି ଶ୍ରୀ ଚୌହାନ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ  । ଏଥି ସହିତ ଗତ ବୁଧବାର ଦିନ ବରଗଡ ଡିଏଫଓଙ୍କୁ ଭେଟି ଶ୍ରୀ ଚୌହାନ ଅଭୟାରଣ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା  କରିଥିଲେ  । ଡିଏଫଓ ମଧ୍ୟ ଏହା ଉପରେ ଏକ ପୁରୁଣା ସର୍ଭେ ହୋଇଥିବା ଏବଂ ତାହାର ତଦାରଖ କରି ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଇବା ପାଇଁ ପ୍ରତିଶୃତି ପ୍ରଦାନ କରିଥିବା ଜଣା ପଡିଛି  । 

 

 

0
0
0
s2sdefault