ହେଡଲାଇନସ୍:

ପିଲାଙ୍କ ମନ ଉଣା ଭିତରେ ପାଳିତ ହେଲା  ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ନୀଳ ଦୀପ - ବରଗଡଜିଲ୍ଲା  ପଦ୍ମପୁରରେ ଉପଖଣ୍ଡସ୍ତରୀୟ ୭୨ତମ ସ୍ୱାଧିନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି  । ଉକ୍ତ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ମୁଖ୍ୟ ଅତିଥି ଭବାରେ ଯୋଗଦାନ କରି ଆନୁଷ୍ଠାନିକ  ଭାବେ ଜାତୀୟ ପତାକା ଉତୋଳନ କରିଥିଲେ  । ଏହି ଅବସରରେ ଉପଜିଲ୍ଲାପାଳ ନିଜ ଅଭିଭାଷଣ ମାଧ୍ୟମରେ ଜାତୀୟ ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ସହିତ ମରୁଡି  ପ୍ରପୀଡ଼ିତ  ପଦ୍ମପୁର ଉପଖଣ୍ଡରେ ଧାନ ଚାଷ ବ୍ୟତିତ କମ ଜଳ ଆବଶ୍ୟକ କରୁଥିବା ବିକଳ୍ପ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷିମାନଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଜଣାଇଥିଲେ  । ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଡିଆ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଉପରେ କଟକଣା ଜାରି କରିଥିବାରୁ ପଦ୍ମପୁରରେ ମଧ୍ୟ ସମ୍ମିଳିତ ପ୍ୟାରେଡର ଆୟୋଜନକୁ ବନ୍ଦ କରାଯାଇ ଥିଲା  । କିନ୍ତୁ ଏହି ଦିବସ ପାଇଁ ବହୁ ଦିନରୁ ନିଜକୁ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀ ପ୍ୟାରେଡରେ ଅଂଶଗ୍ରହଣ କରି ନ ପାରି ବହୁ ମନଦୁଃଖ କରୁଥିବା ଦେଖିବାକୁ ମିଳିଥିଲା  । ଏହି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଲାୟନ୍ସ କ୍ଲବ, ଆଶା ଓ ସତ୍କାର , ମାରୱାଡି ୟୁବା ମଂଚ ଓ କଳାମନ୍ଦିର ୟୁଥ କ୍ଲବର ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଉପଜିଲ୍ଲାପାଳ ଉଦଘାଟନ କରିଥିଲେ ଏବଂ ସବଜେଲ, ଡାକ୍ତରଖାନା ଏବଂ କୁଷ୍ଠ କଲୋନୀକୁ ଯାଇ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଂଟନ କରିଥିଲେ  । ଏଥି ସହିତ ସ୍ଥାନୀୟ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟରେ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପତାକା ଉତୋଳନ କରିଥିବା ବେଳେ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ କୁମରମଣୀ ନାଏକ, ଅଂଚଳ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ଲଲିତେନ୍ଦୁ ନାୟକ, ଉପଖଣ୍ଡ ଡାକ୍ତରଖାନାରେ ଡା. ଯଦୁମଣି ସାହୁ, କଳାମନ୍ଦିର ୟୁଥ କ୍ଲବ ପରିସରରେ ନାଟ୍ୟକାର ଅଶୋକ କୁମାର ବହିଦାର, ରାଜବୋଡାସମ୍ବର ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏ, ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ, ସେବା ସମବାୟ କାର୍ଯ୍ୟାଳୟରେ ସଭାପତି ପ୍ରିତମ ମେହେର ପ୍ରମୁଖ ଜାତୀୟ ପତାକା ଉତୋଳନ କରିଥିଲେ  । 

 

 

0
0
0
s2sdefault