ହେଡଲାଇନସ୍:

 ଶ୍ରୀମା-ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ ) : ଝାରବନ୍ଧସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି  । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କୈଳାସ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାକେନ୍ଦ୍ର ସଭାପତି ଅଇଁଠା ପ୍ରଧାନ, ସମ୍ମାନିତ ଅତିଥି ଶିବ ପ୍ରସାଦ ପଟେଲ ଯୋଗଦାନ କରି ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଦର୍ଶାଇଥିଲେ । ପ୍ରଥମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟା ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା । ଶିକ୍ଷାକେନ୍ଦ୍ରର ଚନ୍ଦି୍ରକା ବାରିକ ଦୁର୍ଗାସ୍ତୋତ୍ର ପଠନ, ବସନ୍ତ ପ୍ରଧାନ ସାଧାରଣ ଜୀବନରେ ନାମଜପ, ତେଜସ୍ୱିନୀ ସାହୁ ମା’ ପୁସ୍ତକ ପଠନ ଓ ବାପାମାନଙ୍କ ଦ୍ୱାରା ରାଧାଙ୍କ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର  ଛାତ୍ରଛାତ୍ରୀଗଣ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଜୀବନି ବର୍ଣ୍ଣନା କରି ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ଉଦଯାପନୀ ସମୂହ  ସଂଗୀତ  ଗାନ ପରେ ବିଶିକେଶନ ଧରୁଆ ଧନ୍ୟବାଦ ର୍ପଣ କରିଥିଲେ  ।

0
0
0
s2sdefault