ହେଡଲାଇନସ୍:

ମାରୱାଡ଼ି ଯୁବା ମଞ୍ଚର ସ୍ୱାଧୀନତା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ ) -ବରଗଡ଼ ଜିଲ୍ଲା ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ନୂତନ ନିର୍ମାଣଧୀନ ଅଗ୍ରସେନ ଭବନ ପରିସରରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ଏହି ଅବସରରେ ମିଡିଆ ପ୍ରଭାରୀ ଗୋପାଳକୃଷ୍ଣ ଗର୍ଗଙ୍କ  କମାଣ୍ଡିଂରେ ଅଗ୍ରୱାଲ ଯୁବମଞ୍ଚର ପୂର୍ବତନ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ଦ୍ୱାରା ତ୍ରିରଙ୍ଗା  ଉତୋଳନ କରାଯାଇଥିଲା ଓ ଦେଶପ୍ରତି ସମାଜର ବଳିଦାନ ଓ ଗୌରବପୂର୍ଣ୍ଣ ଇତିହାସ ବାବଦରେ ସମାଜର ଯୁବ ସମାଜକୁ ପ୍ରେରଣା ଓ ଦେଶ ଏବଂ ଜାତି ପାଇଁ ଆଗେଇ ଆସି ସତକର୍ମ ଓ ପରିଶ୍ରମ ବଳରେ କିପରି ସ୍ୱଚ୍ଛତା ଅବଲମ୍ବନ କରି ଦେଶର ଉନ୍ନତିରେ ସଦଭାଗିତା ଓ ସେବାରେ ମଗ୍ନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମୟରେ ନବୀନ ମିତଲ, ପିଙ୍କୁ ଅଗ୍ରୱାଲ, ଶିବୁ ମିତଲ, ରାଜାଗୋଏଲ, ଶୁଭମ୍ ମିତଲ ପ୍ରମୁଖଙ୍କୁ ମିଷ୍ଟାନ୍ନ ବଂଟନରେ ସହଯୋଗ କରିଥିଲେ ।

 

0
0
0
s2sdefault