ହେଡଲାଇନସ୍:

ବ୍ୟାସନଗର ପୌରପରିଷଦ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ୍ (ଜୟଶଙ୍କର ଦାଶ) : ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ୭୨ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୫ ଘଟିକାରେ ରାମଧୂନ୍ ପରିବେଷଣ ସହିତ ପୌରାଞ୍ଚଳରେ ସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୮.୩୦ରେ ନଗରପାଳ ଶ୍ରୀମତୀ ସବିତା ରାଉତଙ୍କ ଦ୍ୱାରା ପୌରକାର୍ଯ୍ୟାଳୟଠାରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ଏହି ପବିତ୍ର ଦିବସରେ ନଗରପାଳ ସହରବାସୀଙ୍କ ଉଦେ୍ଧଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ବ୍ୟାସନଗରକୁ ଏକ ସୁସ୍ଥ, ସମୃଦ୍ଧି ଓ ସବୁଜିମା ସହରରେ ପରିଣତ କରିବା ପାଇଁ ପୌରବାସୀଙ୍କୁ ସେ ନିବେଦନ କରିଥିଲେ । ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା, ନାରୀ ସଶକ୍ତିକରଣ, ସ୍ୱଚ୍ଛ ଭାରତ ଅଭିଯାନ, ପଲିଥିନ୍ ମୁକ୍ତ ସହର ଓ ଶିକ୍ଷାକ୍ଷେତ୍ରକୁ ଆଗେଇ ନେବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନତିମୂଳକ ଯୋଜନାକୁ ପୌରବାସୀଙ୍କୁ ନିକଟରେ ପହଞ୍ଚାଇବା ଓ ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ବିଶେଷକରି ସମସ୍ତ ପାରିଷଦବର୍ଗ ଓ ପୌର କର୍ମଚାରୀ ଏକଜୁଟ୍ ହୋଇ ସହରର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ଠାପର  ସହ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ପରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ପିଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । କ୍ଷେତ୍ରୀୟ ଚିକିତ୍ସାଳୟଠାରେ ରୋଗୀମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ସୁବାସ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, କାଉନସିଲର ବୀଣାପାଣି ଜେନା, ନିରୂପମା ସାହୁ, ଦୀପକ କୁମାର ପହି, ମନୋଜ ପରିଡ଼ା, ପ୍ରମୋଦ କୁମାର ବେହେରା, ନିରଞ୍ଜନ ରାଉତ, ମହିଳା ସମିତିର ସଦସ୍ୟାବୃନ୍ଦ ଓ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault