ହେଡଲାଇନସ୍:

ରାଜ୍ୟ ବାସୀ ତ୍ରିରଙ୍ଗା କିଣିବା ଦରକାର ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିଶନ ଶକ୍ତି ଗୋଷ୍ଠୀ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ସରକାର

ଭୁବନେଶ୍ୱର: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି | ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି.ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି |
ସ୍ୱାଧୀନତା ର 75ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି | ରାଜ୍ୟ ର ମିଶନ ଶକ୍ତିର ମା ମାନଂକୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି |
ସୂଚନା ଯୋଗ୍ୟ ଯେ ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି |

0
0
0
s2sdefault