ହେଡଲାଇନସ୍:

ସ୍ୱାଧୀନତା ; ବିକାଶ ଓ ପ୍ରଗତିର ସ୍ୱାକ୍ଷର ବହନ କରିଥାଏ- ମନ୍ତ୍ରୀ ଶ୍ରୀ ପାତ୍ର ।  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(JAYASHANKAR DASH): ସ୍ୱାଧୀନତା ବିକାଶ ଓ ପ୍ରଗତିର ସ୍ୱାକ୍ଷର ବହନ କରିଥାଏ । ଯାହା ପ୍ରତ୍ୟେକ ଲୋକଙ୍କ ମୁହଁରେ ହସ ପୁଂଟାଇବା ସହ ପୂର୍ବ ସୁରୀଙ୍କ ଅମର ବିରତ୍ୱର ଗାଥା ବହନ କରିଥାଏ ବୋଲି ବିଦ୍ୟାଳୟ. ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର  ମତବ୍ୟକ୍ତ କରିଛନ୍ତି ।  ବୁଧବାର ଯାଜପୁର ଜିଲ୍ଲା ସ୍କୁଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭୨ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଚ୍ଥି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଦେଶ ମାାତୃକାର ସେବା ପାଇଁ ଆତ୍ମୋତ୍ସର୍ଗ  କରିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପାତ୍ର   ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଯୋଗଦାନ ବେଶ ମାନ୍ୟତା ରଖିଚ୍ଥି ବୋଲି କହିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ବିକାଶର ନୁଆ ଯୁଗ ଚାଲିଛି ।  ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ  ପଦକ୍ଷେପ ଓ ଲୋକାଭିମୁଖୀ ଯୋଜନା ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ଶ୍ରେଷ୍ଠ  ପ୍ରଶାସକ ସମ୍ମାନ ମିଳିଚ୍ଥି ।  କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୨୦ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା୍ ଯୋଜନାରେ ଅନ୍ତର୍ଭୁକ୍ତ କରୁଚ୍ଥନ୍ତି ।  ରାଜ୍ୟ ବାସୀଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ କ ସହାୟତା ପ୍ରଦାନ ପୂର୍ବକ ଆଜି ଅଗଷ୍ଟ ୧୫ ତାରିଖ ଠାରୁ ରାଜ୍ୟବ୍ୟାପି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ   ହୋଇଚ୍ଥି ।  ଯେଊଁଥିରେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ୭ ଲକ୍ଷ ଏବଂ ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା  ସହାୟତା ମିଳି ପାରିବ ।  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଊଚ୍ଥି ।  ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ସର୍ବ ଭାରତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କରାଯାଊଚ୍ଥି ।  ୧୯୦ ବ୍ଳକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାହୋଇଚ୍ଥି ।  ଅବଶିଷ୍ଟ ବ୍ଳକରେ ଖୁବ୍ ଶିଘ୍ର ଏହି ବିଦ୍ୟାଳୟ ପ୍ରତିଷ୍ଠା   ହେବ ।  ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନ, ମାଟ୍ରିକପରୀକ୍ଷାରେ ଓଡିଆ ଭାଷାରେ ସର୍ବାଧିକ ନମ୍ୱର ରଖି ପାସ୍ କରିଥିବା ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ୫ ହଜାର  ଲେଖାଏଁ ଟଙ୍କା ସହାୟତା ଦିଆଯାଊଚ୍ଥି ।  ପୁରାତନ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ନିଜ ସ୍କୁଲ ସହ ଯୋଡି ହେବାପାଇଁ ମୋ ସ୍କୁଲ ଯୋଜନା ଆରମ୍ଭ ହୋଇଚ୍ଥି , ଯେଊଁଥିରେ ବିଦ୍ୟାଳୟର ଊନ୍ନତି ପାଇଁ ସଂଗୃହୀତ ଅର୍ଥର ଦୁଇ ଗୁଣ ରାଜ୍ୟ ସରକାର ଦେଊଚ୍ଥନ୍ତି ।  ସତ୍ୟବାଦୀ ଠାରେ ଓଡିଶା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନିଆଯାଇଚ୍ଥି ।  କଳିଙ୍ଗ ସାଥୀ ଯୋଜନାରେ ଊଚ୍ଚ ଶିକ୍ଷା ନିମନ୍ତେ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଏକ ପ୍ରତିଶତ ସୁଧ ହାରରେ ଋଣ ଦିଆଯାଊଚ୍ଥି ।  ଶିଳ୍ପ କ୍ଷେତ୍ରରେ ସମୃଦ୍ଧି ପାଇଁ ସରକାର ୧୨୭ ଟି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଚ୍ଥି ।  ଗ୍ରାମାଞ୍ଚଳର ବିକାଶ ପାଇଁ ଐତିହାସିକ  କାର୍ଯ୍ୟକ୍ରମ ଆମ ଗାଁ, ଆମ ବିକାଶ ଆରମ୍ଭ ହୋଇଚ୍ଥି ।  ଗ୍ରାମୀଣ କୈାଶଳ ଯୋଜନାରେ ଗତ ବର୍ଷ ରାଜ୍ୟର  ୩୨ ହଜାରରୁ ଅଧିକ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଚ୍ଥି ।  କୃଷି ଅଭିବୃଦ୍ଧି ଓ କୃଷକ ସଶକ୍ତିକରଣ ପାଇଁ କୃଷି କ୍ୟାବିନେଟ ସହ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଇଚ୍ଥି ।  କୃଷକ ମାନଙ୍କୁ ଶତକଡା ଏକ ହାର ସୁଧରେ ଋଣ ସହ ଜଳନିଧି, ବିଜୁ କୃଷକ କଲ୍ୟାଣ ଯୋଜନା, ପଂସଲ ବୀମା ସହାୟତା, ସ୍ୱଳ୍ପ କାଳୀନ ଶସ୍ୟ ଋଣ, କଂକ୍ରିଟ ଖଳା, ଗୋଦାମ ଗୃହ, ଶୀତଳ ଭଣ୍ଡାର ନିର୍ମାଣ ଇତ୍ୟାଦି ବ୍ୟବସ୍ଥା କରାଯାଇଚ୍ଥି ।  ସୁସ୍ଥ ଓଡିଶା  ସୁଖୀ ଓଡିଶା ସ୍ୱପ୍ନକୁ ବାସ୍ତବ ରୂପ ଦେବାପାଇଁ ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ଚିକିତସା  ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ।  ସବୁ ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟରେ ଊଚ୍ଚ କୋଟୀର ଡାଏଲେସିସ୍, ଡାଇଗ୍ନୋଷ୍ଟିକ, କେମୋଥେରାପି ଊପଲବ୍ଧ ହେଊଚ୍ଥି ।  ନିରାମୟ, ନିଦାନ, ସହାୟ, ନିର୍ମଳ, ଖୁସି ଓ ସ୍ୱନେତ୍ର ଇତ୍ୟାଦି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିଚ୍ଥି ।  ମଧୁବାବୁ ଆଇନ ସହାୟତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଶିବିର ଆୟୋଜନ କରାଯାଊଚ୍ଥି ।  ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଅସହାୟ, ବରିଷ୍ଠ  ନାଗରିକ, ଦିବ୍ୟାଙ୍ଗ, ବିଧବା ଓ ମମତା ଯୋଜନା ଜରିଆରେ ଗର୍ଭବତୀ ମା ମାନେ ଊପକୃତ ହେଊଚ୍ଥନ୍ତି ।  ଗତବର୍ଷ ଏସିଆନ ଆଥଲେଟିକ ଚମ୍ପିୟାନସିପ ଆୟୋଜନ କରି ସମଗ୍ର ଦେଶର ଓ ବିଦେଶର ଦୃଷ୍ଟି ଆକର୍ଷଣ କରିଥିବା ଆମ ରାଜ୍ୟ ଚଳିତ ବର୍ଷ ନଭେମ୍ୱର ଠାରୁ ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରୁଚ୍ଥି ।  ବିଜୁ ଯୁବ ସଶକ୍ତିକରଣ, ବରିଷ୍ଠ  ନାଗରିକ ତୀର୍ଥ ଯାତ୍ରା, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଯୋଜନାକୁ ସରକାର ଆନ୍ତରିକ ଭାବେ କାର୍ଯ୍ୟ କରିଚ୍ଥନ୍ତି ।    ଯାଜପୁରର ଐତିହ୍ୟ, ଇତିହାସ ଓ ପରମ୍ପରା ଅତୀବ ମହାନ ବୋଲି ମତଦେବା ସହ ସ୍ୱାଧୀନତା ଆନେ୍ଦାଳନରେ ଜିଲ୍ଲାର ସଂଗ୍ରାମୀ ମାୟାଧର ଭୂୟାଁ, ସାନନ୍ଦ ସ୍ୱାଇଁ, ସାଉଁଟି ମଲି୍ଳକ, ହାଡିବନ୍ଧୁ ପଣ୍ଡା ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ ।  ମା’ ବିରଜାଙ୍କ କ୍ଷେତ୍ର ଯାଜପୁର ପର୍ଯ୍ୟଟନ,  ସଂସ୍କୃତି, ଏ÷୍ୟତିହ୍ୟ  ଓ ପରମ୍ପରାର ଏକ ଅପୂର୍ବ ସମନ୍ୱୟ  ବୋଲି କହିବା ସହ ରାଜ୍ୟର ବିକାଶ ଓ ଊନ୍ନତି କ୍ଷେତ୍ରରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ ।

ବର୍ଷା ପ୍ରବାହ ଜାରି ରହିଥିବାରୁ ଓ ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ସତର୍କତା ଜାରି କରାଯାଇଥିବାରୁ ରାଜ୍ୟ ସରକାର ଏହି ଜାତୀୟ ଦିବସର କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ର ଚ୍ଥାତ୍ର ଚ୍ଥାତ୍ରୀଙ୍କ ଦ୍ୱାରା ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ନିଷିଦ୍ଧ କରିଥିଲେ ।  ତେଣୁ କେବଳ ୬ ଗୋଟି ପୋଲିସ ବାହିନୀ ଦଳ ଦ୍ୱାରା ପ୍ୟାରେଡ ଅନୁଷ୍ଠିତ   ହୋଇଥିଲା ।  ମୁଖ୍ୟ ଅତିଥି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଜଣ ହିତାଧିକାରୀଙ୍କୁ  କାର୍ଡ ବଣ୍ଟନ କରିବା ସହ ମାନସିକ ରୋଗ  ସଚେତନତା ରଥକୁ ଊଦ୍ଘାଟନ କରିଥିଲେ । ପ୍ୟାରେଡ୍ କମାଣ୍ଡର ପୋଲିସ ରିଜର୍ଭ ଇନିସ୍ପେକ୍ଟର   କାହ୍ନୁ ଚରଣ ମାରାଣ୍ଡି, ଡି.ଏସ୍.ଆଇ.  ମହେଶ୍ୱର ପରିଡା,  ବ୍ୟାଣ୍ଡ ହାବିଲଦାର ପ୍ୟାରେଡ ପରିଚାଳନା ଓ  ଅଧ୍ୟାପକ ଦାମୋଦର ବେହେରା ଧାରାବିବରଣୀ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିଳକିତ୍ସାଳୟ ର ରୋଗୀ ମାନଙ୍କୁ ପଂଳ, ଜେଲ୍ ଅନ୍ତେବାସୀ ମାନଂକୁ ମିଷ୍ଟାନ୍ନ,କୁଷ୍ଠାଶ୍ରମ ଅନ୍ତେବାସୀ   ଏବଂ ବାଳାଶ୍ରମର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ମିଷ୍ଟାନ୍ନ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା  ।  ପ୍ରାରମ୍ଭରେ ଗାନ୍ଧି ଚ୍ଥକ ଠାରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୈାରପାଳ ଭବ ପ୍ରସାଦ ଦାସ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ସହକାରୀ ଜିଲ୍ଲାପାଳ କୁଳମଣି ନାୟକ, ଅନୁପ କୁମାର ବେହେରା, ଊମେଶ ଚନ୍ଦ୍ର ଲେଙ୍କା, ତିଳୋତ୍ତମା ପୃଷ୍ଟି, ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି,ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ  ପ୍ରମୁଖ ଯୋଗ ଦେଇଥିଲେ ।  ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟ ଠାରେ ପତାକା ଊତ୍ତୋଳନ କରାଯାଇଥିଲା ।  ପ୍ରତ୍ୟୁଷା ରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରପଂରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ୍ ପରିବେଷଣ କରାଯାଇଥିଲା ।  ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ଓ ସମସ୍ତ କର୍ମଚାରୀ ଏହାକୁ ପରିଚାଳନା କରିଥିଲେ ।  ବର୍ଷା ଯୋଗୁ ଦିଆଯାଇ ନ ଥିବା ପୁରସ୍କାର ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଖୁବ୍ ଶିଘ୍ର ସଂସ୍କୃତି ଭବନନ ଠାରେ ପ୍ରଦାନ କରାଯିବ ।  ଏ ସଂପର୍କରେ ସଂପୃକ୍ତ ପ୍ରତିଯୋଗୀ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଚ୍ଥନ୍ତି ।  

 

 

 

 

 

 

0
0
0
s2sdefault