ହେଡଲାଇନସ୍:

୭୨ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

PARALAKHEMUNDI/ BALAKRISHNA PANIGRAHI : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ୭୨ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ  ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମବେତ ଜନତାଙ୍କୁ ଉଦ୍‍ବୋଧନ ଦେଇଥିଲେ । ପୋଲିସ ବିଭାଗ ତରଫରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ପ୍ୟାରେଡ ପରେ ନୂତନ ଭାବେ କଳାକାର ପେନସନ,  ଜିଲ୍ଲାର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରୀଙ୍କୁ ମେଡେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ କୃଷ୍ଠାଶ୍ରମ ରୋଗୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଏବଂ ଜିଲ୍ଲାକାରାଗାରେ ଥିବା ଅନ୍ତେବାସୀଙ୍କୁ ମିଷ୍ଠାନ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଅନୁପମ ସାହା । 

0
0
0
s2sdefault