କଳାକାର ଚୟନ ପାଇଁ ଅଡିସନ ଅନୁଷ୍ଠିତ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର :(ଜୟଶଙ୍କର ଦାଶ )ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା କଳାକାର ମାନଙ୍କର ଅଡିସନ ବା ଦକ୍ଷତା ଚୟନ ମଙ୍ଗଳବାର ଜିଲ୍ଲାର ସମସ୍ତ ୧୦ ଟି ଯାକବ୍ଲକରେ ଆରମ୍ଭ ହୋଇଚ୍ଥି ।  ଯାଜପୁର ବ୍ଲକ  ପରିସରରେ ଅନୁସ୍ଥିତ  ଏହି କାର୍ଯ୍ୟକ୍ରମକୁ ବ୍ଲକ  ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ ଶୁଭାରମ୍ଭ କରିଥିଲେ ।  ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏଥିରେ ଯୋଗଦେଇ କଳାକାର ମାନଙ୍କୁ ସହାୟତା ଦେବାପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ।  କିନ୍ତୁ କିଚ୍ଥି ଅଣକଳାକାରମାନେ ଏଥିରେ ଆବେଦନ କରିଥିବା ଅଭିଯୋଗ ହେବାପରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରି ଏକ ଅଡିସଅନ ମାଧ୍ୟମରେ ପ୍ରକୃତ କଳାକାର ଚିହ୍ନଟ ପାଇଁ ବ୍ୟବସ୍ଥା କରିଚ୍ଥି ବୋଲି କହିଥିଲେ ।  ଏହା ସତ୍ୱେ କୈାଣସି ଅଣକଳାକାର ବା କୈାଣସି ପ୍ରମାଣ ପତ୍ର ଜାଲ କରି ଯଦି କେହି ସହାୟତା ହାତେଇବେ ତାହା ପ୍ରଶାସନର ଦୃଷ୍ଟିକୁ ଆସିଲେ ତାଙ୍କର ସହାୟତା ରଦ୍ଧ ହେବ , ତା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଧଳ ସତର୍କ କରାଇ ଦେଇଥିଲେ ।  ଜିଲ୍ଲା  ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ କଳାକାର ସହାୟତାର ନିୟମ ଓ ଅଡିସନର ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ ।  ସରକାର କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କୁ  ହ୍ରିଁ ସହାୟତାର ବ୍ୟବସ୍ଥା କରିଚ୍ଥନ୍ତି ।  ତେଣୁ ଏଥିରେ ଅଣକଳାକାର ମାନଙ୍କ ସ୍ଥାନ ନାହିଁ ।  ଅପର ପକ୍ଷରେ ଲୋକକଳା ବ୍ୟତୀତ ଅନ୍ୟାନ୍ୟ କଳାକାର ମାନେ ମଧ୍ୟ ଆବେଦନ କରିଚ୍ଥନ୍ତି ।  ସେମାନଙ୍କୁ ସହାୟତା ସଂପର୍କରେ ସରକାରଙ୍କୁ ପତ୍ରାଳାପ କରାଯାଇଚ୍ଥି ।  ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ମିଳିବା ପରେ ସେମାନଙ୍କୁ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।  ଗୋଷ୍ଠୀ  ଊନ୍ନୟନ ଅଧିକାରୀ ସୈାରଭ ଚକ୍ରବର୍ତ୍ତୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କଳାବ୍ଲକ  କଳା ସଂସ୍କୃତି ସଂଘର ଊପସଭାପତି ଅନିରୁଦ୍ଧ ପରିଡା ବିଏସ୍ଏସ୍ଓ ଦାମୋଦର ସାହୁ, ନଟବର ଜେନା, ଧୀରେନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ଅଡିସନକୁ ପରିଚାଳନା କରିଥିଲେ ।  

 

0
0
0
s2sdefault