ପାଇକମାଲ :- ଆଜି ଭାରତ ବର୍ଷ ପାଳନ କରୁଛି 72 ତମ ସ୍ୱାଧୀନତା ଦିବସ।ଏହି ପବିତ୍ର ଅବସରରେ ପାଇକମାଲ ର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହିଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ତରଫରୁ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ମନ୍ଦିର କର୍ମଚାରୀ ଓ ତୀର୍ଥ ଯାତ୍ରୀ ତଥା ବ୍ୟବସାୟୀ ମାନେ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ। ସେହିଭଳି ପାଇକମାଲ ପଡିଆ ଥରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବର୍ଷା କାରଣରୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପରେଡ଼ ପଡିଆ କୁ ଯିବା ପାଇଁ ସରକାର ବାରଣ କରିଥିବା ରୁ ଚଳିତ ବର୍ଷ ପଡିଆ ରେ ଜନସମାଗମ ବହୁତ କମ ରହିଥିଲା। ସେଇଭଳି ପାଇକମାଲ ଥାନା ପରିସର ରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧଙ୍କର ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପାଇକମାଲ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ପବିତ୍ର ଅବସର ରେ ଯୋଗ ଦେଇଥିଲେ। ପାଇକମାଲ ଧର୍ମଶାଳା ଠାରେ ଧର୍ମଶାଳା କମିଟି, ଲୟନ୍ସ କ୍ଲବ ପାଇକମାଲ, ମାରବାଡି ଯୁବ ମଞ୍ଚ ମିଳିତ ସହଯୋଗରେ ଧର୍ମଶାଳା ର ସଭାପତି ଶ୍ରୀ ଜଗମୋହନ ତ୍ରିବେଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲୟନ୍ସ କ୍ଲବ ର ନନ୍ଦ କୁମାର ଶ୍ରୀବସ୍ତାଵ ଓ ଅନ୍ୟାନ୍ୟ ସଭ୍ୟ ଧର୍ମଶାଳା କମିଟି ର ଦମସ୍ତ ସଭ୍ୟ ତଥା ଯୁବା ମଞ୍ଚ ର ସଭାପତି ନିଲେଶ ଅଗ୍ରବାଲ ନବୀନ ଅଗ୍ରବାଲ ତଥା ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ସେଇଭଳି ଯମୁନା କନ୍ଧୁଣି ବାଳିକା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହିଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀ ମାନେ ଉପସ୍ଥିତ ଥିଲେ। ପାଇକମାଲ ପଂଚାୟତ ସମିତି କାର୍ଯଳୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଙ୍କର ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି ଏହି ଅବସରରେ ବ୍ଲକ ର ବି ଡି ଓ ସରୋଜିନୀ ପ୍ରସନ୍ନ କୁଲୁ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତି କାମିନୀ କର ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଙ୍କର ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପାଇକମାଲ ତହସିଲଦାର ଶ୍ରୀ ସଦାଶିବ ନାୟକ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ଙ୍କର ଉପସ୍ଥିତ ରେ କାର୍ଯଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହି ଭଳି ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ଅଫିସ ରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଗତ କାଲି ଠାରୁ କ୍ରମାଗତ ଭାବରେ ବର୍ଷା ଲାଗିରହିଛି। ବ୍ଲକ ସ୍ତରୀୟ ପରେଡ଼ ରେ ସମାଗମ କମ ରହିଥିଲା ହେଲେ ସ୍କୁଲ ମାନଙ୍କରେ ମୋଟାମୋଟି ଭାବରେ ସୁରୁଖୁରୁ ରେ ସବୁ କାର୍ଯ୍ୟକ୍ରମ ଦାରିଯାଇ
ରାଜ୍ୟ
ପାଇକମାଲ ର ବିଭିନ୍ନ ସ୍ଥାନରେ 72ତମ ସ୍ୱାଧୀନତା ଦିବସ ପାଳନ
- Hits: 565
