ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଶୁଭ ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁର ବିକାଶ ଗାଁର ପ୍ରଗତି ଆମର ଲକ୍ଷ୍ୟ- ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ପଟ୍ଟନାୟକ ଛକ ଠାରୁ କୁଳବଡ଼କ୍ଷୀର କଟରପଟରପଡ଼ା ଭାୟା ମାଳିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ୫କୋଟି ୬୭ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ ହେବା ପାଇଁ ଅର୍ଥ ମଂଜୁର କରାଯାଇଛି । ଏହି ଅର୍ଥରେ ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣା କରାଯିବା ନିମନ୍ତେ ମଧ୍ୟ ଆକଳନ ହୋଇଛି । ମଙ୍ଗଳବାର ଅପରାହ୍ନରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କେଂଟାଳ ପଂଚାୟତ ମାଳିଆଛକ ଓ କଟରପଡ଼ା କାର୍ଯ୍ୟାଳୟ ନିକଟରେ ଶୁଭ ଶିଳାନ୍ୟାସ କରିଛନ୍ତି । ୫.୭ କି.ମି ୨୧୭ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ମଧ୍ୟରୁ ୪କି.ମି ୨୯୫ ମିଟରକୁ ପିଚୁ କରାଯିବା ସହିତ ୨କି.ମି ୯୨୨ ମିଟରକୁ ଢଳେଇ କରାଯିବା ପାଇଁ ଆକଳନ ହୋଇଛି । ଏହି ରାସ୍ତାକୁ ୧୮ଫୁଟ ଓସାର ବିଶିଷ୍ଟ ପିଚୁ ଓ କଂକ୍ରିଟ ରାସ୍ତାରେ ପରିଣତ କରାଯିବା ପରେ ୨ଟି ପ ।ୟତର ୧୫ ଟି ଗ୍ରାମର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶିଳାନ୍ୟାସ ଉତ୍ସବରେ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ବିଧାୟକଙ୍କ ସହିତ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ସରପ ତୃପ୍ତିମୟୀ ନାୟକ, ସମିତିସଭ୍ୟ ଇମ୍ରାନ୍ ଖାନ୍‌, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ସାହୁ, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ବିଜେଡ଼ି ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ,ସରପ ରାକେଶ ସାମଲ, ପୂର୍ବତନ ସରପ ଅନ୍ନଦା ପ୍ରସନ୍ନ ନାୟକ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉର୍ମୀ ପ୍ରିୟଦର୍ଶିନୀ ଦାସ ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ । ପଟ୍ଟନାୟକ ଛକ ଠାରୁ କଟରପଡ଼ା ପର୍ଯ୍ୟନ୍ତ ବିଧାୟକ ଶ୍ରୀ ଜେନାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରେ ବହୁ ପୁରୁଷ ଓ ମହିଳା କର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

0
0
0
s2sdefault