ହେଡଲାଇନସ୍:

ଅନାଥଙ୍କ ନାଥ ସ୍ୱୟଂ ଜଗନ୍ନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ଦୁର୍ବିପାକ ଏବଂ ଦୈବ ସିନା ସହିଲାନି , ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ , ମମତା , ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ବର୍ତ୍ତମାନ , ନିକଟରେ ପ୍ରକାଶ ପାଇଥିବା ଓଡିଶା ସରକାରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡା ୮୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
ସେହି ପିଲାମାନେ କେହି ନୁହନ୍ତି ଯେଉଁ ମାନେ କି ତିତିଲି ମହାବାତ୍ୟା ଏବଂ ପରବର୍ତ୍ତୀ ଭୂସ୍ଖଳନରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ସହଯୋଗରେ ବଢିଚାଲିଛନ୍ତି।
ସେହିପରି ପାଞ୍ଚଗୋଟି ପିଲାଙ୍କୁ ଜିଲ୍ଲାପାଳ ସେମାନଙ୍କର ଦଶମ ପରୀକ୍ଷାର ଫଳାଫଳ ଭଲ କରିଥିବାରୁ ଜିଲ୍ଲାପାଳଙ୍କର ସମ୍ମେଳନ କକ୍ଷ , ପାରଳାଖେମୁଣ୍ଡି ଠାରେ ସମ୍ମାନିତ କରିଥିଲେ।
ଏହା ସହ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ପିଲାମାନଙ୍କ ସହ ସବୁବେଳେ ପ୍ରଶାସନ ଛିଡା ହୋଇଥିବା କଥା ପ୍ରମାଣ କରିବାକୁ ଯାଇ ଅତିଥି ଭବନରେ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।
ଉପରୋକ୍ତ ପାଞ୍ଚଜଣ ଶିଶୁ ମାନେ ବିବେକାନନ୍ଦ ରେସିଡ଼ନସିଆଲ୍ ସ୍କୁଲ , ଏସ୍.ଉରୁଡା , ଶ୍ରୀଜଗନ୍ନାଥ ନିକେତନ , ଆର୍.ସୀତାପୁର , ପ୍ରାଉଡ଼ , ବି. ସୀତାପୁର ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି।
ଆଗାମୀ ଦିନରେ ଶିଶୁମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଶିଶୁମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯୋଗ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ପ୍ରଦୀପ କୁମାର ନାୟକ , କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତୀ ଦେଇ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଅରୁଣା ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦିକା ଶ୍ରୀମତୀ ସୌଦାମିନୀ ରଥ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

0
0
0
s2sdefault