ଆଦର୍ଶ ବିଦ୍ୟାଳୟ ହରାଉଛି ମେଧାବୀ ଛାତ୍ରଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜ୍ଞାନ ଶିକ୍ଷକ ନାହାନ୍ତି/ ସ୍କୁଲକୁ ର|ସ୍ତା ପାଲଟିଛି ମରଣଯନ୍ତା

ପଦ୍ମପୁର(Nila Deep)- ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବେସରକାରୀ ଇଂରାଜୀ ମିଡିୟମ ବିଦ୍ୟାଳୟ ଭଳି ପାଠପଢା ଏବଂ ସୁବିଧା ଯୋଗଇ ଦେବାକୁ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଗୁଡିକର ସ୍ଥାପନ କରିଛନ୍ତି  । କିନ୍ତୁ କେତେକ ସ୍ଥାନରେ ସଠିକ ସ୍ଥାନ ନିରୁପଣ  କରା ନ ଯାଇ ବିଦ୍ୟାଳୟ ଖୋଳା ଯାଇଥିବା ଏବଂ ସେଠାରେ ଗମନାଗମନ ତଥା ଯାତାୟତ ବ୍ୟବସ୍ଥା ନ ଥିବାରୁ  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି  । ଏଥି ସହିତ ଶିକ୍ଷକ ଅଭାବ ଏବଂ ହଷ୍ଟେଲ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି  । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟରେ  । 

 ସରକାର ପଂଚମ ଶ୍ରେଣୀରୁ ସଫଳତାର ସହ ଉତିର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ ପ୍ରବେଶୀକା ପରିକ୍ଷା ମାଧ୍ୟମରେ ଆଦର୍ଶ ବିଦ୍ୟାଳୟରେ ଦାଖିଲା ନେଉଛନ୍ତି  । ବହୁ ଆଶା ଓ ଆକାଂକ୍ଷା ନେଇ  ଅଭିଭାବକମାନେ ନିଜ ପିଲାଛୁଆଙ୍କୁ ଏଠାରେ ଦାଖିଲା କରାଇଥିଲେ  । କିନ୍ତୁ ବିଦ୍ୟା ଳୟ ପାଇଁ ଆବଶ୍ୟକୀୟ ସୁବିଧା ଓ ସୁଯୋଗ ସରକାର ଆଜି ପର୍ଯ୍ୟନ୍ତ ଯୋଗାଇ ଦେଇ ପାରି  ନ ଥିବାରୁ ଅଭିଭାବକମାନେ ଏବେ ନିରାଶ ଓ ହତାସ ହେଉଥିବା ଦେଖିବାକୁ ମିଳୁଛି  ।  ପଦ୍ମପୁର ବ୍ଲକର ଆଦର୍ଶ ବିଦ୍ୟାଳୟ ପଦ୍ମପୁର ସହରଠାରୁ ୧୨କିମି ଦୁର ଏକ ଆଭ୍ୟନ୍ତରୀଣ ଅଂଚଳରେ ଗତ ତିନି ବର୍ଷ ହେଲା ସ୍ଥାପନ କରାଯାଇଛି, ହେଲେ ଆଜି ପର୍ଯ୍ୟନ୍ତ  ସେଠାକୁ ଗମନାଗମନର ସୁବିଧା ପାଇଁ ପକ୍କା ରାସ୍ତାର ବ୍ୟବସ୍ଥା କରା ଯାଇ ନାହିଁ  । ବାନ୍ଦୁପାଲି ଗ୍ରାମରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସାମାନ୍ୟ ବର୍ଷାରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡୁଛି  । ଗ୍ରାମ ପଂଚାୟତ ଅଧିନରେ ଥିବା ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସ୍କୁଲ କମିଟୀ ତରଫରୁ ଅନେକ ଥର ଅନୁରୋଧ କରା ଯାଇଥିଲେ ମଧ୍ୟ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରି ନାହିଁ  ।  ଏଥି ସହିତ ହଷ୍ଟେଲ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ବ୍ୟବସ୍ଥାରେ ବସ, ବୋଲେରୋ ଆଦି ଗାଡି ଭଡା କରି ପ୍ରତିଦିନ ଯିବା ଆସିବା କରୁଛନ୍ତି  । ଯେଉଁଥି ପାଇଁ ଏହି ସ୍କୁଲକୁ ଆସୁଥିବା ୩୩୦ ଜଣ ଛାତ୍ରଛାତ୍ରୀ ଏବଂ ସ୍କୁଲ ଶିକ୍ଷକ ଓ କର୍ମ•ରୀଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି  । ଏଥି ପାଇଁ ସେମାନେ ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ ହେଉଛନ୍ତି  ।  ବହୁ ଦୁର ଦୁର ଗ୍ରାମରୁ ସ୍କୁଲକୁ ପାଠ ପଢିବା ପାଇଁ ଆସିବାକୁ ପଡୁଥିବାରୁ ଯିବା ଆସିବାରେ ଛାତ୍ରଛାତ୍ରମାନଙ୍କ ବହୁମୁଲ୍ୟ ସମୟ ନଷ୍ଟ ହେବା ସହିତ ଅନେକ ସମୟରେ ଛାତ୍ରଛାତ୍ରୀ ଡେରୀରେ ସ୍କୁଲକୁ ପହଂଚୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।  କିଛି ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଯିବା ଆସିବା ଖର୍ଚ୍ଚ ବହନ କରି ପାରି ନିକଟସ୍ଥ ବିରିପାଲି ଓ ବାନ୍ଦୁପାଲି ଗ୍ରାମରେ ଭଡା ଘର ନେଇ ରହୁଛନ୍ତି  ।  ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହଷ୍ଟେଲ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ବହୁ ଦିନରୁ ଆରମ୍ଭ କରା ଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ପାରି ନାହିଁଁ  । ଠିକାଦାର ନିଜ ମନମୁଖି କାମ କରୁଥିବାରୁ ଆଜି ପର୍ଯ୍ୟନ୍ତ ଏହା ବିଦ୍ୟାଳୟକୁ ହସ୍ତାନ୍ତର କରା ଯାଇ ନାହିଁ  । ଏହା ସହିତ ସ୍କୁଲରେ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଶିକ୍ଷକଙ୍କ ନିଯୁକ୍ତି ହୋଇ ନଥିବାରୁ ବାହାରୁ ଶିକ୍ଷକ ଆଣି ଏଠାରେ କାମ ଚଳା ଯାଉଛି  । ଏହି କାରଣରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ  ଚିନ୍ତାରେ ରହିଛନ୍ତି  ।  ବିଜ୍ଞାନ ପରି ଏକ ଗୁରୁତ୍ୱପୁର୍ଣ୍ଣ ବିଷୟର ଶିକ୍ଷକ ନିଯୁକ୍ତି ନ ହେବା, ସ୍କୁଲ ପ୍ରତି ସରକାରଙ୍କ ସମ୍ବେଦନହୀନତା ସ୍ପଷ୍ଟ ବାରି ହେଉଛି  । ଏହି ସବୁ ଅବ୍ୟବସ୍ଥାକୁ ନେଇ ଚଳିତ ବର୍ଷ ଆଠ ଜଣ ଛାତ୍ର ସ୍କୁଲ ଛାଡି ଅନ୍ୟ ସ୍କୁଲରେ ଏଡମିଶନ ନେଇଥିବା ଜଣା ପଡିଛି  ।  ଅଭିଭାବକମାନେ ମଧ୍ୟ  ଛାତ୍ରଛାତ୍ରୀମାନଙ୍କୁ ଅତିଶିଘ୍ର ହଷ୍ଟେଲ ଗୃହ ଏବଂ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବା ପାଇଁ ଦାବୀ କରି ଆସୁଛନ୍ତି  । ଏ ବିଷୟରେ ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନଙ୍କୁ ପଚରା ଯିବାରୁ ସେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସରି ଯାଇଥିବା,ଏବଂ ଅଳ୍ପ ଦିନ ମଧ୍ୟରେ ବିଜ୍ଞାନ ଶିକ୍ଷକ କାଯ୍ୟରେ ଯୋଗ ଦେବେ ବୋଲି କହିବା ସହିତ ହଷ୍ଟେଲ ଖୋଳିବା ପାଇଁ ବିଭାଗ ତରଫରୁ ଚିଠି ଆସିଥିଲେ ମଧ୍ୟ ଗୃହ ନିର୍ମାଣ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଏହା ଖୋଳା ଯାଇ ପାରି ନ ଥିବା ପ୍ରକାଶ କରିଥିଲେ  । 

 

 

 

0
0
0
s2sdefault