ହାଟଡ଼ିହି (ମକର ଧ୍ୱଜ ଯେନା): ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ବୋଲବମ ଭକ୍ତମାନେ ରବିବାର ଦିନ ମୁଗୁପୂର ନିକଟସ୍ଥ ବାଲିଘାଟ ରୁ ଜଳ ଉଠାଇ ଗୋପ ଗ୍ରାମ ନିକଟସ୍ଥ ଗୋପେଶ୍ଵର ମନ୍ଦିର ରେ ଆଜି ଜଳ ଢାଳିଲେ । କରୋନା ମହାମାରୀ ଯୋଗୁ ୨ ବର୍ଷ ହେଲା ବୋଲବମ ଯାତ୍ରା ବନ୍ଦ ଥିଲା । ଏହି ବର୍ଷ କରୋନା ର ପ୍ରଭାବ କମିଥିବାରୁ ଭକ୍ତ ମାନେ ମନ ଆନନ୍ଦ ରେ ଠାକୁର ଙ୍କୁ ଜଳ ଅର୍ପଣ କରି ଠାକୁର ଙ୍କ କୃପା ଲାଭ କଲେ । ବୋଲବମ ଭକ୍ତ ପ୍ରୀୟରଞ୍ଜନ ପରିଡା,ଜଗମୋହନ ଖୁଣ୍ଟିଆ,ସୁନିଲ ପରିଡା, ସୌରଭ ପରିଡା, ଅଭିନାଶ ରାଉତ, ବିଶ୍ଵଜିତ ଜେନା , ଦେବବ୍ରତ ରାଉତ, ଅଂଶୁମାନ ପରିଡା, ଦେବାଶିଷ ନାୟକ, ଭାବଗ୍ରାହୀ ରାଉତ, ହରେକୃଷ୍ଣ ପରିଡା , ସୌମେଶ ପରିଡା, ଗିରିଜାପ୍ରସାଦ ଖୁଣ୍ଟିଆ,ପାର୍ଥସାରଥୀ ନାୟକ, ରାଜେଶ ପରିଡା ପ୍ରମୁଖ ଯୋଗଦେଇଥିଲେ ।
ରାଜ୍ୟ
ଗୋପେଶ୍ଵର ବୋଲବମ ସଂଘ ପକ୍ଷ ରୁ ବୋଲବମ ଶୋଭାଯାତ୍ରା
- Hits: 283