ହେଡଲାଇନସ୍:

‘ମୋ କଲେଜ’ ଅଭିଯାନ ଅଧୀନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣିଜ୍ୟ ବିଭାଗରେ ଇ-ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବର ଉଦଘାଟନ କଲେ ଆକାଶ ଦାସନାୟକ

ଭୁବନେଶ୍ୱର/ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏକ ‘ଆଲୁମିନ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ନୂଆ ଇ-ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବର ଉଦଘାଟନ କରିଥିଲେ।

‘‘ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ମୋ କଲେଜ ଅଭିଯାନ ସହିତ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶର ସାଥୀ ହୁଅନ୍ତୁ। କାରଣ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଓ ସେମାନଙ୍କ ପୁରୁଣା ସ୍ମୃତିକୁ ଫେରି ପାଇବା ଲାଗି ମୋ କଲେଜ ଅଭିଯାନ ଏକ ଉପଯୁକ୍ତ ପ୍ଲାଟଫର୍ମ’’, ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ଆକାଶ ଦାସନାୟକ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏହି ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କହିଥିଲେ, ‘‘ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମେରୁଦଣ୍ଡ ହେଉଛନ୍ତି ତା’ର ପୁରାତନ ଛାତ୍ରଛାତ୍ରୀ। ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ଗୋଟିଏ ଶିକ୍ଷାନୁଷ୍ଠାନକୁ ବିକାଶ ଦିଗରେ ଆଗକୁ ନିଏ। ତେଣୁ ଆମ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ।’’

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଥିଲେ, ‘‘ରାଜ୍ୟ ସରକାରଙ୍କର ଏକ ଅଭିନବ କାର୍ଯ୍ୟକ୍ରମ ହେଉଛି ମୋ କଲେଜ ଅଭିଯାନ। ଯାହାଦ୍ୱାରା ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜ ଶିକ୍ଷାନୁଷ୍ଠାନର ବିକାଶ ଲାଗି ଅବଦାନ ଦେଇପାରୁଛନ୍ତି। ତେଣୁ ମୋର ଅନୁରୋଧ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ନିଜର ଜ୍ଞାନ ଓ ଅନୁଭୂତି ବାଣ୍ଟିବା ସହ ନିଜ ବିଶ୍ୱବିଦ୍ୟାଳୟର ବିକାଶର ସାଥୀ ହୁଅନ୍ତୁ।’’

ଏହି ଅବସରରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ଶ୍ରୀଜା ମିଶ୍ର ଆକାଶ ଦାସନାୟକଙ୍କ ହାତରେ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଏହି ଅର୍ଥରାଶି ସହ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ‘ମୋ କଲେଜ’ ପକ୍ଷରୁ ଏହାର ୨ ଗୁଣା ରାଶି ପ୍ରଦାନ କରାଯାଇ ବାଣିଜ୍ୟ ବିଭାଗର ଭିତ୍ତିଭୂମି ନିର୍ମାଣରେ ବିନିଯୋଗ କରାଯିବ।

ଏହି ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୁରାତନ ଛାତ୍ର ସଂଘର ସଭାପତି ଦିଗବିଜୟ ବେହେରା, ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇଞ୍ଜିନିୟର ବିବେକ ରେଡ୍ଡି, ବିଶ୍ୱବିଦ୍ୟାଳୟର କୁଳସଚିବ ଆଶୁତୋଷ ସାମଲ ଏବଂ ଅନ୍ୟତମ ପୁରାତନ ଛାତ୍ର ଏ. କେ ସାବତ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault