ଜଗତସିଂହପୁର,/ସୁମନ୍ତ କୁମାର ଦାସ; ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଆଜି ମୋଟ ୨୩୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ୨୧୮ ଟି ବ୍ୟକ୍ତିଗତ ସମସ୍ୟା ଓ ୧୮ ଟି ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ, ସେଥିମଧ୍ୟରୁ ରେସନ କାର୍ଡ ସଂପର୍କୀୟ ୧୯ ଟି, ଆବାସଯୋଜନା ସଂପର୍କୀୟ ୩୨ ଟି, ରେଡ଼କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୨ ଟି, ପୋଲିସ ସହାୟତା ନିମନ୍ତେ ୨ ଟି, ଭର୍ତ୍ତା ସଂପର୍କୀୟ ୧୯ ଟି ଓ ଅନ୍ୟାନ୍ୟ ୨୬ ଟି ଅଭିଯୋଗର ଶୁଣାଣି ହୋଇଥିଲା l ଗୋଟିଏ ଅଭିଯୋଗର ତତ୍କାଳ ଫଇସଲା ହୋଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଟଳେଶ୍ୱର ସିଂହ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ ) ଶ୍ରୀ କାଁହୁଚରଣ ଧୀର, ଉପଜିଲ୍ଲାପାଳ (କୁଜଙ୍ଗ)ଶ୍ରୀ ଧାମେନ୍ଦ୍ର ମଲ୍ଲିକ, ବିଡିଓ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ l
ରାଜ୍ୟ
କୁଜଙ୍ଗ ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
- Hits: 303