(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡି ହୋଇଛି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ୪୦ଲକ୍ଷ ଟଙ୍କା ବ୍ୟୟରେ ମୋ ଚିକିତ୍ସାଳୟ ନୂତନ ଗୃହ ଏବଂ ୧୦ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ଚକ୍ଷୁ ଚିକିତ୍ସା କେନ୍ଦ୍ର ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଶ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହି ନୂତନ ଗୃହକୁ ଲୋକାର୍ପଣ କରିବା ସହ ମୋ ଚିକିତ୍ସା ଗୃହ ଏବଂ ନୂତନ ଭାବେ ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲିବା ଦ୍ବାରା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇପାରିଛି ଯାହା ଦ୍ୱାରା ବହୁ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ରୋଗୀ କଲ୍ୟାଣ ସମିତି ସଭାପତି ରମାକାନ୍ତ ମହାନ୍ତି, ମୁଖ୍ୟ ଚିକିତ୍ସାଧିକାରୀ ଅମିତ ଜେନା,ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ, ଜସ୍ମିତା ସେଠୀ, ଭୂପତି ଭୁଷଣ ସଣ୍ଡ, ଡା. ବ୍ରଜମୋହନ ରାମ, ସୌମ୍ୟରଞ୍ଜନ ପାତ୍ର, ପ୍ରକାଶ ମହାନ୍ତି, ସମାଜସେବୀ ଧୀରେନ୍ଦ୍ରନାଥ ବେହେରା, ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ଜ୍ଞାନରଞ୍ଜନ ରାଉତ,ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ , ତିଳୋତମା ରାଉତ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନେତାମାନେ ଯୋଗଦାନ କରି ଏହି ବିକାଶମୂଳକ କାର୍ଯ୍ୟ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ଗୋଷ୍ଠି ଚିକିତ୍ସା କେନ୍ଦ୍ରର ସମସ୍ତ ଡାକ୍ତର, ନର୍ସ, କର୍ମଚାରୀ ଓ ସମସ୍ତ ଆଶା କର୍ମୀମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ବିକାଶମୂଳକ କାର୍ଯ୍ୟ କେବଳ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଶ୍ରୀ ଜେନାଙ୍କୁ ଢ଼େରସାରା କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟ
ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଉନ୍ନତମାନର ଚିକିତ୍ସା ସେବା ପାଇଁ ମୋ ଚିକିତ୍ସାଳୟ ଓ ଚକ୍ଷୁ ଚିକିତ୍ସା କେନ୍ଦ୍ର ଲୋକାର୍ପଣ ।
- Hits: 550