ହେଡଲାଇନସ୍:

ନିଖିଳ ଉତ୍କଳ ଅଣ-ଗେଜେଟେ ଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ତାଲିମ କକ୍ଷ ଠାରେ ନିଖିଳ ଉତ୍କଳ ଅଣ- ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସଭାପତି ଶ୍ରୀ ଶରତ ଚନ୍ଦ୍ର ପରିଚ୍ଛା , ଉପସଭାପତି ଶ୍ରୀ ନରେନ୍ଦ୍ର କୁମାର ଚୌଧୁରୀ , ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଏବଂ ପରାମର୍ଶ ଦାତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ଚିତ୍ତ ରଞ୍ଜନ ମିଶ୍ରଙ୍କ ସମେତ ଶ୍ରୀ ଲଳିତେନ୍ଦୁ ଦଳେଇ , ଶ୍ରୀ ସଞ୍ଜୀବ କୁମାର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ବୈଠକରେ ଜିଲ୍ଲାର ସମସ୍ତ ପଶୁ ନିରୀକ୍ଷକ ଏବଂ ଭେଟେନେରୀ ଟେକ୍ନିସିୟାନ ମାନେ ଉପସ୍ଥିତ ରହିବା ସହ ବିଭିନ୍ନ ସମସ୍ୟା ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ପରେ, ଏହି ଅବସରରେ କର୍ମଚାରୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ନୂତନ ସଭାପତି ଭାବେ ଶ୍ରୀ ଗୌରହରି ବେହେରା ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଶ୍ରୀ ଏସ୍.ବିରରାଜୁ , ସମ୍ପାଦକ ଭାବେ ଶ୍ରୀ ବିଭୁତି ଭୂଷଣ ଗନ୍ତାୟତ , କୋଷାଧ୍ୟକ୍ଷ ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା , ସଙ୍ଘଠନ ସମ୍ପାଦକ ଭାବେ ଶ୍ରୀ ଶଙ୍କର ରାଓ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
ବୈଠକରେ ବିଭିନ୍ନ ସମସ୍ୟା ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ସେ ସବୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବୀ ଗୁଡିକ ସର୍ବସମ୍ମତି କ୍ରମେ ବୈଠକରେ ଉପସ୍ଥାପନ କରାଯାଇଥିଲା।
ସେହି ଦାବି ଗୁଡିକ ହେଲା- କେଡର ରିଷ୍ଟ୍ରକଚର କରାଯିବା ସହ , ମୂଳ ଦରମାର ଅଂଶଗତି ଦୂରୀକରଣ କରିବା ଏବଂ ପ୍ରତ୍ୟେକ ପ୍ରାଣୀ ସହାୟକ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେବା ପ୍ରଭୃତି ଦାବି ରହିଥିବା ବୈଠକରେ କୁହା ଯାଇଥିଲା।

0
0
0
s2sdefault