ହେଡଲାଇନସ୍:

ସଂଖ୍ୟାଲଘୁଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗରେ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ସଂଖ୍ୟାଲଘୁ ଲୋକମାନଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗ l ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ନିସ୍ପତି l ଯେକୌଣସି ସରକାରଙ୍କ ସୁବିଧାରେ ସଂଖ୍ୟା ଲଘୁ ଛାତ୍ରଛାତ୍ରୀ ସୁବିଧା ପାଇପାରୁ ନାହିଁନ୍ତି l ହଷ୍ଟେଲ ସୁବିଧା ହେଉ କି ଷ୍ଟାଇପେନ, ସରକାର ଯୋଗାଉ ଥିବା ବିଜୁପକାଘର, ପ୍ରଧାନମନ୍ତ୍ରୀ ଆବାସ ଘର ମଧ୍ୟ ପାଇବାରୁ ବଂଚିତ୍ ସଂଖ୍ୟାଲଘୁ ପରିବାର l ସଂଖ୍ୟାଲଘୁଙ୍କ ବିଭିନ୍ନ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ କନ୍ଧମାଳ ନ୍ୟାୟ ଶାନ୍ତି ସଦଭାବନା ସମାଜ ପକ୍ଷରୁ କନ୍ଧମାଳ ଜିଲ୍ଲାର ବାରଗୋଟି ବ୍ଲକରେ କମିଟି ଗଠନ କରାଯାଉ ଥିବା ସୁଚନା ଦେଇଛି ସଂଗଠନ l ପ୍ରଥମ କୋଟଗଡ଼ ବ୍ଲକ ଦ୍ୱିତୀୟ ତୁମୁଡ଼ିବନ୍ଧ ବ୍ଲକରେ ସରିଲା ପରେ ବାଲିଗୁଡ଼ାରେ ମଧ୍ୟ ବୈଠକ ଅନୁଷ୍ଠିତ କରାଯାଇଛି l ଉକ୍ତ ବୈଠକରେ ବାଲିଗୁଡ଼ା ବ୍ଲୋକର ପ୍ରତ୍ୟକ ଗ୍ରାମ ପଞ୍ଚାୟତର ସଂଖ୍ୟା ଲଘୁ କର୍ମକର୍ତ୍ତା ଯୋଗଦେଇ ଥିଲେ l ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ପ୍ରଶନ୍ନ ବିଷୟୀ କହିଛନ୍ତି ଯେ ଆସନ୍ତା ତା ୨୭/୦୮/୨୦୨୨ ରିଖ ଦିନ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦିଆଯିବ l ଏହି ଅବସରରେ ବାଲିଗୁଡ଼ା ବ୍ଲକ କମିଟିର ସଦସ୍ୟ ଭାବେ ସଭାପତି ଶ୍ରୀ ଭୀମରାଜ ଦିଗାଳ, ଉପ-ସଭାପତି ଶ୍ରୀ ସୁକାନ୍ତ କୁମାର ନାୟକ, ସମ୍ପାଦକ ପ୍ରଶାନ୍ତ ଦିଗାଳ,ସହ- ସମ୍ପାଦକ ନରେଶ ଦିଗାଳ, କଷାଦକ୍ଷ ଶ୍ରୀ ପ୍ରତାପ କିଶୋର ଦିଗାଳଙ୍କୁ ସର୍ବସମୁଖରେ ମନନୀତ କରାଯାଇ ଥିବା ଘୋଷଣା କରାଯାଇଛି l ସଭାରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ କନ୍ଧମାଳ ଜିଲ୍ଲା ଉପସଭାପତି ଶ୍ରୀ ସୁଶାନ୍ତ ମଣ୍ଡଳ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ l

0
0
0
s2sdefault