ପଦ୍ମପୁର(ଶାସକପ୍ରଶାସକ)-ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶ ରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହ ନାଥ ର ପ୍ରଥମ ବ୍ଯାଚ ଜଣେ ଆଦର୍ଶ ମେଧାବୀ ଆୟୁର୍ବେଦ ବିଜ୍ଞାନ ଛାତ୍ର ଭାବରେ କୃତିତ୍ଵ ସହକାରେ ବି-ଏ-ଏମ-ଏସ ଡିଗ୍ରୀ ଲାଭ କରି 1998 ଏପ୍ରିଲ ମାସରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିଲେ,ନିଷ୍ଠା ଓ ସହୃଦୟତାର ସହିତ କାର୍ଯ୍ଯ ସମ୍ପାଦନ କରି ପ୍ରଶଂସା ର ପାତ୍ର ହୋଇଥିଲେ 2003 ରୁ 2008 ଓ 2017 ରୁ 31-07-2022 ଦୀର୍ଘ ଦଶ ବର୍ଷ ତଥା ଦୁଇ ଥର ଆଦର୍ଶ ସେବା ମନୋଭାବ ନେଇ ଅଗଣିତ ରୋଗୀଙ୍କ ଚିକିତ୍ସା କରି ଜଣେ ଭଲ ଚିକିତ୍ସକ ର ପ୍ରତିଷ୍ଠା ଅର୍ଜନ କରିଥିଲେ। ଶ୍ରୀ ଯୁକ୍ତ ପିତାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲ୍ଲା ଆଯୂଷ ଚିକିତ୍ସା ଅଧିକାରୀ ଶ୍ରୀ ଯୁକ୍ତ ଡ଼ୋଲାମଣୀ ପୁରୋହିତ ଙ୍କ ସଭାପତିତ୍ବରେ ବିଦାୟକାଳୀନ ଆରମ୍ଭ ହୋଇଥିଲା ମଞ୍ଚାସୀନ ଥିଲେ ଡ ଡ଼ୋଲାମଣୀ ପୁରୋହିତ,ଡ ମନୋରଞ୍ଜନ ଦେବତା,ଡ ହର୍ସ ପାଣିଗ୍ରାହୀ (ବର୍ତ୍ତମାନ ଚାର୍ଜ ନେଇଛନ୍ତି) ପିତାମ୍ବର ସାହୁ ଓ ମହେନ୍ଦ୍ର ସାହୁ। ଉକ୍ତ ସଭାରେ ପଲସଦା ର ଗ୍ରାମ କମିଟି ପଲସଦା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ଡ ମନୋରଞ୍ଜନ ଦେବତା ଙ୍କୁ ଜିଲ୍ଲା ଅଧିକାରୀ ଡ ଡ଼ୋଲାମଣୀ ପୁରୋହିତ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇଥିଲେ,ପଲସଦା ର ଗ୍ରାମବାସୀ ବୃନ୍ଦ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରିଥିଲେ। ବିଶ୍ଵନାଥ ରଣା,ଟେକରାଜ ପଟେଲ,ଲଲିତ ପଟେଲ,ଫକୀର ପାଣିଗ୍ରାହୀ ପ୍ରମୁଖ ଅଭିଭାଷଣ ଦେଇଥିଲେ। ମଞ୍ଚାସୀନ ଅଧିକାରୀ ଓ ଉପସ୍ଥିତ ଜନସାଧାରଣ ଉତ୍ତମ ସେବା ଚିକିତ୍ସା ପାଇଁ ଶ୍ରୀ ଯୁକ୍ତ ଡ ଦେବତା ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ, ଶେଷ ରେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଆୟୁର୍ବେଦ ଚିକିତ୍ସିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।
- Hits: 1424