ହେଡଲାଇନସ୍:

ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମାବଳୀ ସଂପର୍କିତ କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ରାଉରକେଲା(sushanta behera) , ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମାବଳୀ ସଂପର୍କରେ ଅବଗତି ନିମନ୍ତେ ରାଉରକେଲା ସହରର ସବୁ ସରକାରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକ୍ରାରୀମାନଙ୍କୁ ନେଇ ଏକ କର୍ମଶାଳା ଆଜି ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଆରମ୍ଭରେ ମହାନଗର ନିଗମର କମିଶନର ଶ୍ରୀମତି ରଶ୍ମିତା ପଣ୍ଡା ଯୋଗଦେଇ କର୍ମଶାଳାର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ଏଥିସହିତ ଶ୍ରୀମତି ପଣ୍ଡା ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ରାଉରକେଲା ସହରକୁ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମାବଳୀ ଅନୁଯାୟୀ ପ୍ଲାଷ୍ଟିକ ବ୍ୟାନ୍ କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପ୍ଲାଷ୍ଟିକ ବ୍ୟାନ ସଂପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବା ନେଇ ଶ୍ରୀମତି ପଣ୍ଡା ସୁଚନା ଦେଇଥିଲେ।  

ଏହି କର୍ମଶାଳାରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ହେମନ୍ତ କୁମାର ନାୟକ ଓ ତାଙ୍କ ସହଯୋଗୀମାନେ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମାବଳୀ -୨0୧୬ ସଂପର୍କରେ ବିଷଦ ଭାବେ ବୁଝାଇଥିଲେ। ବିଶେଷ କରି ଅବିଘଟନଶୀଳ ପ୍ଲାଷ୍ଟିକ ବ୍ୟବହାର ଦ୍ବାରା ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପଡୁଥିବା ବେଳେ ପରିବେଶ ମଧ୍ୟ ବହୁ ମାତ୍ରାରେ ପ୍ରଦୂଷିତ ହେଉଛି। ତେଣୁ ଏହାର ବ୍ୟବହାର କମ କରିବାକୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧି୍କାରୀ ମାନେ ପରାମର୍ଶ ଦେଇଥିଲେ।

ଏହି କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ଅଧିକାରୀମାନେ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନିୟମାବଳୀ ସଂପର୍କରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମାନେ ତାହାର ଉତ୍ତର ରଖିଥିଲେ। ଏଥସହିତ ଆଗାମୀ ଦିନରେ ହେବାକୁ ଥିବା ଜନସେଚତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ଏହି କର୍ମଶାଳାକୁ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାନଗର ନିଗମର ଉପାୟୁକ୍ତ ଶ୍ରୀମତି ସୀତାଦେବୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault