କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୋଲିସ ସମ୍ପର୍କିତ ଜିଲ୍ଲା ସମ୍ମିଳନୀ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସଭାପତିତ୍ଵରେ “କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୋଲିସ” ସମ୍ପର୍କିତ ଏକ ଜିଲ୍ଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ଶିଶୁମାନଙ୍କ ଯତ୍ନ , ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥାକୁ ସୃଦୃଢ ଓ ଶିଶୁ ମିତ୍ର ବିଧେୟକ କରିବା ପାଇଁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବ।ରକୋଟ , ଦେବଗଡ , ରିଆମାଳର ଥାନା ଅଧିକାରୀ କନକ ମାଝି , ସୁରେନ୍ଦ୍ର ନାୟକ ଓ ଲତିକା ପ୍ରଧାନ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ , ଜିଲ୍ଲା ମଙ୍ଗଳ ଅଧିକାରୀ ଡୋମିନିକ ଟପ୍ପୋ , ଯୁବେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ସଇରନ୍ଦରୀ ପ୍ରଧାନ , ସୁଷମ। ମହାପାତ୍ର , ସିଡିପିଓ ପ୍ରବୀଣ ମିଶ୍ର , ନମିତା ରାଉତ , ମାନବୀ ରାୟ ପ୍ରମୁଖଙ୍କ ସହିତ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯଥା ଲିଗାଲ ରାଇଟ୍ସ କାଉନସିଲ , ଷପୋର୍ଟ , ୱାର୍ଡ ,ଚାଇଲ୍ଡଲାଇନ , ମାରବାଡି ଯୁବ ମଞ୍ଚ , ହାପି ଟୁ ହେଲ୍ପ , ସଖୀ କେନ୍ଦ୍ରର ପ୍ରତିନିଧିମାନେ ଏହି ଜିଲ୍ଲା ସମ୍ମିଳନୀରେ ଯୋଗ ଦେଇଥିଲେ । ସମ୍ମିଳନୀରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ “ଶିଶୁ ମିତ୍ର ଥାନା ଓ ପୋଲିସର ଭୂମିକା” ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କିଶୋର ନ୍ୟାୟ ଅଧିନିୟମ-୨୦୧୫ରେ ବିହିତ ଥିବା ଶିଶୁମାନଙ୍କ ପାଇଁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଡିଭିଜନାଲ ଲେବର କମିଶନର ପ୍ରସନ୍ନ ସିଂ , ଡିଏସପି ପ୍ରଦୀପ କେରକେଟା , ଡିଏସପି ଅମୃତ। ମହାନ୍ତି , ଦେବଗଡ ଓକିଲ ସଂଘର ସଭାପତି ସଚିକାନ୍ତ ଦାସ ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ବିଷୟରେ ନିଜର ମତ।ମତ ଉପସ୍ଥାପନ କରିଥିଲେ । ପୋଲିସକୁ ଶିଶୁ ମିତ୍ର ବିଧେୟକ କରିବା ତଥା ଶିଶୁମାନଙ୍କ ନିକଟତର ହେବ। ପାଇଁ , ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପୋସ୍ଟର ଉନ୍ମୋଚନ ମାଧ୍ୟମରେ ଏକ ଅଭିନବ ଅଭିଯାନ “ଉଇ ଫୋର ଚିଲଡ୍ରେନ”ର ଘୋଷଣା କଲେ । ଏହି ଅଭିଯାନ ଅନ୍ତର୍ଗତ ଏଣିକି ପ୍ରତ୍ୟେକ ମାସର ଶେଷ ଶନିବାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିକଟସ୍ଥ ପୋଲିସ ଥାନାକୁ ପରିଭ୍ରମଣରେ ଯିବେ ଓ ପୋଲିସ ଅଧିକାରୀ ସେମାନଙ୍କୁ ଥାନାକୁ ପାଛୋଟି ନେଇ ପୋଲିସ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବେ । ଏହା ଦ୍ଵାରା ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ମିତ୍ରତା ଗଢିଉଠିବ ଓ ଶିଶୁମାନେ ନିର୍ଭୀକ ହୋଇ ନିଜ ଅଭିଯୋଗ ପୋଲିସକୁ ଜଣାଇପାରିବେ ବୋଲି ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ । ଏହି ଜିଲ୍ଲା ସମ୍ମିଳନୀକୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , ଇଉନିସେଫର ଜିଲ୍ଲା ପରାମର୍ଶଦାତା ପୀତବାସ ବେହେରା , ଶ୍ରୀଦତ୍ତ ସାହୁ ଓ ଉପେନ୍ଦ୍ର ଭଞ୍ଜ ପରିଚାଳନା କରିଥିଲେ ।