ସଂଗୃହୀତ ହେଲା 85 ୟୁନିଟ ରକ୍ତ
ବରଗଡ :- ଯଦିଓ ରକ୍ତଭଣ୍ଡାର ଗୁଡିକରେ ପୂର୍ବ ଅପେକ୍ଷା ରକ୍ତର ସେତେଟା ଅଭାବ ଦେଖାଯାଉନି ତଥାପି ବେଳେବେଳେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ରାଜ୍ୟରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ଶିବିର କରି ରକ୍ତ ସଂଗ୍ରହ କରାଯିବା ସହିତ ରକ୍ତଦାନ ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ଓଡ଼ିଶା ମୋ ପରିବାର କ୍ରମାଗତ ଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଆଜି ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପରାମର୍ଶ କ୍ରମେ , ଓ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ସହ ସଂଯୋଜକ ବରଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ଙ୍କର ଓ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଭଟଲି ଶ୍ୟାମ ମନ୍ଦିର ରେ ବିଜେଡି ଓ ଯୁବ ବିଜେଡ଼ି ତରଫରୁ ଆୟୋଜିତ ଓଡିଶା ମୋ ପରିବାର ଆନକୂଲ୍ୟରେ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଜେଡି ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସୁବ୍ରତ ସିଂହ ଓ ସମ୍ମାନୀତ ଅତିଥି ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ବିଜେଡି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପଧାନ, ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପଧାନ, କାର୍ଯ୍ୟକ୍ରମର ସହ ସଂଯୋଜକ ଶ୍ରୀ ସତ୍ୟ ନାରାୟଣ ପଧାନ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଡିଜିଟାଲ ସଂଯୋଜକ ତଥା ଜିଲ୍ଲା IT ସେଲ୍ ମୁଖ୍ୟ ଶ୍ରୀ ସୁରେଶ ବାଗ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଈଶ୍ୱର ସାହୁ, ବିଜେଡି ବ୍ଲକ ସଭାନେତ୍ରୀ ଶ୍ରୀମତୀ ଅନୁପମା ଭୋଇ, ବରିଷ୍ଠ ମାଷ୍ଟ୍ରେ ଶ୍ରୀ ରମଣୀ ରଂଜନ ଖମାରୀ, ଶ୍ରୀ ହେମନ୍ତ ପଣ୍ଡା,BYJD ବ୍ଲକ ସଭାପତି ଶ୍ରୀ ମଦନ ସାହୁ,ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦୁର୍ବାସା ପ୍ରଧାନ, ଶ୍ରୀ ସୁଶାନ୍ତ ପଧାନ, ସ୍ୱେଚ୍ଛାସେବୀ ଶ୍ରୀ ଜ୍ଞାନେନ୍ଦ୍ର ସାହୁ, ଶ୍ରୀ ସହଦେବ ବଞ୍ଛୋର୍ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।।ଏହି ଶିବିରରେ ସର୍ବମୋଟ 85 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ଅନେକ ଯୁବକ ଯୁବତୀ ପ୍ରଥମ ଥର ରକ୍ତଦାନ କରିଥିଲେ । ରକ୍ତ ଦାତା ଏଵଂ ଆୟୋଜକ ମଣ୍ଡଳୀ ଙ୍କୁ ଏହି ଭଳି ମେଗା ଶିବିର ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏହି ଶିବିରର ମୁଖ୍ୟ ଅତିଥି ସମାଜସେବୀ ଶ୍ରୀ ସୁବ୍ରତ ସିଂ ।