ନୂଆପିଢୀ ଭିତରେ ନୂଆ ଆଶା ଆଉ ନୂଆ ରାଜନୀତିର ସ୍ବପ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ରାଜନୀତି କଳୁଷିତ ହୋଇ ଯାଇଛି ବୋଲି କୁହାଯାଉଛି | ନେତାମାନେ ରାଜନୀତିକୁ ସେବା ବଦଳରେ ଦେବାନେବାର ବେପାର କରିଦେଉଛନ୍ତି ବୋଲି ଅଭିଯୋଗ | ହେଲେ ଭୋଟର କୋଉ ସୁନାମୁଣ୍ଡା ? ଗଣମାଧ୍ୟମ କୋଉ ନିରପେକ୍ଷ ? ତେଣୁ ସବୁ ଯେତେବେଳେ ଗୋଟେ ଭାଡ଼ିର ପାରା ବା ଗୋଟେ ଲାଉର ମଞ୍ଜି, ସେତେବେଳେ କାହାକୁ ବା ଦୋଷ ଦେଇ ଲାଭ କଣ? ହେଲେ ଏଭଳି ନିରାଶା ଭିତରେ କେଉଁଠି ନ କେଉଁଠି ଆଶାର ଆଲୋକ ଦେଖିବାକୁ ମିଳୁଛି | ରାଜନୀତିକୁ ଘୃଣା କରୁଥିବା ଲୋକମାନେ ବୁଝିବା ଆରମ୍ଭ କଲେଣି ଯେ ନା...ଆମକୁ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ ପଡିବ | ଚୋର ଉପରେ ମାନ କରି ଖପରାରେ ଖାଇଲେ ଆମ ଭବିଷ୍ୟତ ବଂଶଧରଙ୍କ ଜୀବନ ଯନ୍ତ୍ରଣାସିକ୍ତ ହୋଇ ପଡିବ | ଭୋଟର ବି ଚେତିବା ଆରମ୍ଭ କଲେଣି, କେତେଦିନ ନୋଟ ଫର ଭୋଟ ଚାଲିବ !! କେଉଁଠୁ ନ କେଉଁଠୁ କେହିନା କେହି ଜଣକୁ ପତାକା ଧରିବାକୁ ହେବ | ଆଉ ଏଇ ଗୁରୁ  ଦାଇତ୍ୱ ରହିଛି ତରୁଣ ଆଉ ଯୁବ ପିଢିଙ୍କ ଭିତରେ | ଆଉ ସେମାନଙ୍କ ଠାରୁ କେବଳ ଆଶା କରାଯାଇପାରିବ ନୂଆ ଏକ ଧାରା |  ତୃଣମୂଳ ସ୍ତରରୁ ବ୍ଲକରୁ ଆଉ ପାଞ୍ଚାୟତସ୍ତରରୁ ସଭବନାମୟ କିଛି ତରୁଣ ଓ ଯୁବ ଗୋଷ୍ଠୀଙ୍କୁ ସାଉଁଟି ଆଣି ଏକାଠି କରିବାର ଆବଶ୍ୟକତା ଅଛି | 

ପାଇକମାଳ/ ଗୌରାଙ୍ଗ ଚରଣ ଦାଶ : ରାଜନୀତି , ଏହି ଶବ୍ଦ ଟି ଶୁଣି କିଛି ବର୍ଷ ତଳେ ଉଚ୍ଚ ଶିକ୍ଷିତ ଯୁବସମାଜ ଦୁରେଇ ଯାଉଥିଲେ। ବର୍ତ୍ତମାନ କିନ୍ତୁ ସମୟ ଏକ ଭିନ୍ନ ମୋଡ ନେଇଛି । ସମାଜ ପାଇଁ କିଛି କରିବା ଆଗ୍ରହ ନେଇ ଏହି ଯୁବସମାଜ ବର୍ତମାନ ସ୍ୱାଇଛାରେ ସକ୍ରିୟ ରାଜନୀତିରେ ବହୁସଂଖ୍ୟାରେ ଅଂଶ ଗ୍ରହଣ କରିବା ଦେଖା ଯାଉଛି, ଯାହାକି ରାଜନୀତି ପାଇଁ ଏକ ଶୁଭ ସଂକେତ । ଦେଶ ତଥା ରାଜ୍ୟର ସବୁ ସ୍ଥାନରେ ଏହି ପରିବର୍ତନ ଲକ୍ଷ କରାଯାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ଏହି ପରିବର୍ତ୍ତନ  ସାଧାରଣ ଲୋକଙ୍କର ଭିତରେ ଅନେକ ଅଶାର ସଂଚାର କରିଛି  । ଆଉ ସେମାନଙ୍କୁ ପ୍ରୋତ୍ସାହବ ଆଉ ସମର୍ଥନର ଆବଶ୍ୟକତା ଅଛି | 

ବରଗଡ ଜିଲ୍ଲା ର ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବ୍ଲକ ରେ ମଧ୍ୟ ଗତ କିଛି ବର୍ଷ ହେଲା ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟତଃ ପଦ୍ମପୁର, ପାଇକମାଲ,ଓ ଝାରବନ୍ଧ ବ୍ଲକ ଏହା ସ୍ପଷ୍ଟ ଭାବରେ ଲକ୍ଷ କରାଯାଇଛି। ମୁଖ୍ୟ ରାଜନୈତିକ ଦଳର ନେତା ମାନେ ଏବେ ନିଜ ଦଳ ର ବିଭିନ୍ନ ପଦପଦବୀରେ ଶିକ୍ଷିତ ଯୁବସମାଜ କୁ ଦାଇତ୍ୱ ପ୍ରଦାନ କରୁଛନ୍ତି। କିଛି ଉଦାହରଣ ପ୍ରସ୍ତୁତ କରାଯାଇଛି। 

           ଭାରତୀୟ ଜାତୀୟ କଂଗ୍ରେସ ର ପାଇକମାଲ ଯୁବ ସଭାପତି ଶ୍ରୀ ପ୍ରତୀକ ତ୍ରିବେଦୀ । ତ୍ରିବେଦୀ ପରିବାର ବହୁ ପୂର୍ବରୁ ରାଜନୀତି ସହିତ ଜଡିତ । ପ୍ରତୀକ ଙ୍କର ବଡବାପା ଶ୍ରୀ ଶିବ ମୋହନ ତ୍ରିବେଦୀ ପାଇକମାଲ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ। ତାଙ୍କର କାକା ପାଇକମାଲ ର ଜଣେ ଜଣା ଶୁଣା ଓକିଲ ମନୋଜ କୁମାର ତ୍ରିବେଦୀ ସେ ମଧ୍ୟ ଯୁବ କଂଗ୍ରେସ ସଭାପତି ଥିଲେ। ପ୍ରତୀକ ବର୍ତମାନ ଆଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଯୁବ କଂଗ୍ରେସର ସଭାପତି ହେବାପରେ ଏପଟେ ସେପଟେ ବିଛେଇ ହୋଇପଡିଥିବା ଯୁବ କଂଗ୍ରେସ କୁ ସଜାଡ଼ିବାରେ ଲାଗିଛନ୍ତି ପ୍ରତୀକ। ଅଂଚଳରେ କଂଗ୍ରେସ ର ଅବସ୍ଥା ବିଶେଷ ଭଲ ନାହିଁ । ଯୁବ ସମାଜ କୁ ପୁଣିଥରେ କଂଗ୍ରେସ ସହିତ ଯୋଡିବାକୁ ଆପ୍ରାଣ ଉଦ୍ୟମ କରାଯିବ ବୋଲି ଶ୍ରୀ ପ୍ରତୀକ ତ୍ରିବେଦୀ ଜଣାଇଛନ୍ତି। 

           ଭାରତୀୟ ଜନତା ପାର୍ଟି ମଧ୍ୟ ପାଇକମାଲ ରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଙ୍କୁ ଯୁବ ମୋର୍ଚ୍ଚା ର ସଭାପତି ଦାଇତ୍ୱ ପ୍ରଦାନ କରିଛି। ସିଦ୍ଧାନ୍ତ ପୁରୋହିତ ହେଉଛନ୍ତି ଶ୍ରୀ ବିଜୟ କୁମାର ପୁରୋହିତ ଙ୍କର ସୁପୁତ୍ର ଓ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଙ୍କର ପୁତୁରା। ସିଦ୍ଧାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୁ MBA କରିଛନ୍ତି।ବର୍ତମାନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ର କର୍ମୀ ମାନଙ୍କୁ ସଂଗଠିତ କରି ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହେଇଛି ବୋଲି ଶ୍ରୀ  ପୁରୋହିତ ଜଣାଇଛନ୍ତି।

            ବିଜୁ ଜନତା ଦଳର ଶ୍ରୀ ସୁଶାନ୍ତ ନାଗ । ହାଇଦ୍ରାବାଦ ରୁ ସଫ୍ଟୱେର ଇଂଜିନିୟରିଂ ସରିବା ପରେ ସୁଶାନ୍ତ କିଛିଦିନ କଂଗ୍ରେସ ଦଳର ସଭ୍ୟ ଥାଇ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ମାତ୍ର ଅଳ୍ପ କିଛି ଭୋଟ ରେ ପରାଜିତ ହେଇଥିଲେ। ଏହାପରେ ସେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳର ସକ୍ରିୟ ସଭ୍ୟ ପଦ ଗ୍ରହଣ କରିଥିଲେ । ବିଜୟ କୁମାର ନାଗଙ୍କର ସୁପୁତ୍ର ସୁଶାନ୍ତ ଙ୍କର କାକା ଶ୍ରୀ ଦାଶରଥି ନାଗ ପାଇକମାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ। ଏହାସହିତ ତାଙ୍କର ମାଁ ମଧ୍ୟ ନିର୍ବାଚନ ଲଢ଼ିସାରିଛନ୍ତି। ବର୍ତମାନ ସୁଶାନ୍ତ ଙ୍କର ଧର୍ମପତ୍ନୀ ପାଇକମାଲ ପଂଚାୟତ ସମିତି ସଭ୍ୟା ଅଛନ୍ତି। 

ପ୍ରତୀକ , ସିଦ୍ଧାନ୍ତ ,ଓ ସୁଶାନ୍ତ ଏହି 3ଜଣ ଯାକ ଉଚ୍ଚ ଶିକ୍ଷିତ । ସେହିଭଳି ସମସ୍ତେ ଅତ୍ୟନ୍ତ ମିଷ୍ଟଭାଷୀ । ଜନସେବା କରିବା ପାଇଁ ସବୁବେଳେ ଆଗଭର। ଏହିଭଳି ଯୁବ ନେତା ମାନଂକର ଠାରୁ ଆଗାମୀ ଦିନରେ ଦାଇତ୍ୱସମ୍ପନ୍ନ ରାଜନୀତି ର ଆଶା କରାଯାଉଛି।

 

 

0
0
0
s2sdefault