ପିଜି ପେପର ପ୍ରତିଯୋଗିତାରେ ସମ୍ ପିଜି ଛାତ୍ରଙ୍କ କୃତିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର  ପ୍ରଥମ ବର୍ଷୀୟ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ଡ. କେ. ଉଜ୍ୱଳ ପିଜି ପେପର୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଳିଙ୍ଗନଗର ଠାରେ ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଅଫ୍ ସର୍ଜନ୍ସ ଅଫ୍ ଇଣ୍ଡିଆ କନ୍ଫରେନ୍ସରେ ଅନୁଷ୍ଠିତ  ପିଜି ପେପର ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି ଡ. ଉଜ୍ୱଳ । ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକାଲ୍ ହସ୍ପିଟାଲରେ  ଅଗଷ୍ଟ ୧୧ ଏବଂ ୧୨ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ  ହୋଇଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର  ସର୍ଜରୀ ପୋଷ୍ଟ ଗ୍ରାଜୁଏଟ୍ ବିଭାଗର ପ୍ରଫେସର ପ୍ରକାଶ କୁମାର ସାହୁ । 

0
0
0
s2sdefault