ହେଡଲାଇନସ୍:

ପ୍ରଣାମ ତଣ୍ଡାହାର: ଲଗା ଗଲା ତିନିହଜାର ଗଛ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଶିଶୁଅ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାହାର ଗାଁ,ଯେଉଁଠାରୁ ବାସ କରନ୍ତି ପ୍ରାୟ ୯୫ ପରିବାର, କିନ୍ତୁ ପ୍ରତ୍ୟକ ଦିନ ସେମାନଙ୍କର ଭୟ ଓ ଆଶଙ୍କାରେ କଟେ। କାରଣ ବେଳେ ବେଳେ ଉଚ୍ଚ ଯୁଆର ଆସିଲେ ଗାଁ ଗହିର ବନ୍ୟାରେ ଏକ ଭ୍ରମ ସୃଷ୍ଟି କରେ। ତେଣୁ ଏଠି ରୋଜଗାର ଠାରୁ ଭିଟାମାଟି ର ଚିନ୍ତା ଅଧିକ,ଏଠିକାର ଲୋକମାନେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ ସେମାନେ ଗାଁ ଛାଡି ବାହାରକୁ ଯିବା କଷ୍ଟକର। ସେମାନଙ୍କ କହିବା ଅନୁଯାୟୀ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ଖଣ୍ଡିୟ ବନ ଅଧିକାରୀ ଗ୍ରାମକୁ ଆସି ଗ୍ରାମ ସ୍ଥାନାନ୍ତରର ପ୍ରସ୍ତାବ ଦେଇଥିବା ବେଳେ ଏବେ ଆଉ ସେ ବିଷୟରେ କୌଣସି ଆଲୋଚନା କରୁନାହାନ୍ତି। ଶିକ୍ଷା ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଅଭାବରୁ ଅନେକ ସମସ୍ୟା ଘେରରେ ଗ୍ରାମବାସୀ, ତଥାପି ଗ୍ରାମକୁ ରକ୍ଷା କରିବା ପାଇଁ ସେମାନଙ୍କର ଆନ୍ତରିକ ପ୍ରୟାସ ରହିଛି। ଲୋକଙ୍କ କହିବା ଅନୁଯାୟୀ ୧୯୯୯ ମସିହା ମହାବାତ୍ୟା ପର ଠାରୁ କ୍ରମଶଃ କୁଳ ଲଂଘୁଛି ସମୁଦ୍ର। ଏହା ପର ପୂର୍ବରୁ ସମୁଦ୍ର ପ୍ରାୟ ୨ କିମି ଦୂରରେ ଥିଲା ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ପାଇଁ ଅଶାନ୍ତ ହୋଇପଡୁଚି ସମୁଦ୍ର, ଧୀରେ ଧୀରେ ହେଉଛି ଜନବସତି ମୁହାଁ। ଯାହାର ଜ୍ୱଳନ୍ତ ଉଦାହରଣ ତଣ୍ଡାହାର ନିକଟରେ ଥିବା ଛେନୁଅ ଗାଆଁଟି ସମ୍ପୂର୍ଣ୍ଣ ସମୁଦ୍ରରେ ଲୀନ, କେବଳ ସମୁଦ୍ର କୂଳରେ ଦେଖାଯାଏ କିଛି କାନ୍ଥ, ତେଣୁ ସବୁବେଳେ ଆଶଙ୍କାରେ ଗ୍ରାମବାସୀ।
ଏଣୁ ଆମ ଭୂଗୋଳରୁ ତଥା ସମସ୍ତଙ୍କ ପ୍ରିୟ ଶ୍ରୀକ୍ଷେତ୍ରରୁ ଆଉ ଗୋଟିଏ ଗାଁ ସମୁଦ୍ର ଆଁ ରେ ଲୀନ ହୋଇ ନ ଯାଉ ସେଥିପାଇଁ ପୁରୀ ଜିଲ୍ଲାର ଯୁବ ପରିବେଶବିତ୍ ସରୋଜ କୁମାର ଜେନା ଆରମ୍ଭ କରିଛନ୍ତି ଏକ ପ୍ରୟାସ "ପ୍ରଣାମ ତଣ୍ଡାହାର"। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସମ୍ପୂର୍ଣ ଗ୍ରାମ ବାସୀଙ୍କୁ ଏକାଠି କରି ସମୁଦ୍ର ଓ ଗାଁ ମଝିରେ ଜନ୍ମମାଟିର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ତିଆରି କରା ଯାଉଛି କୃତ୍ରିମ ଜଙ୍ଗଲ, ଯାହାଦ୍ଵାରା ଗାଁ ଟି ସମୁଦ୍ର କବଳରୁ ମୁକ୍ତ ହେଇ ପାରିବ ବୋଲି ଶ୍ରୀ ଜେନା ମତ ବ୍ୟକ୍ତ କରିଛନ୍ତି ଓ ପ୍ରାୟ ୩୦୦୦ ଝାଉଁ କରଞ୍ଜ , ନିମ, ଜାମୁ ଆଦି ବୃକ୍ଷ ରୋପଣ କରାଯାଇଅଛି।ଏବଂ ତଣ୍ଡାହାର ପାଇଁ ସମସ୍ତ ପରିବେଶବିତ୍, ସ୍ଵେଚ୍ଛାସବୀ ଓ ଗବେଷକ ମାନଙ୍କୁ ଏକାଠି ହୋଇ ଗାଁ ର ସୁରକ୍ଷା ପାଇଁ କାମ କରିବାକୁ ଅନୁରୋଧ କରିଛନ୍ତି। ନହେଲେ ସବୁଜ ଶ୍ରୀକ୍ଷେତ୍ରରୁ ଭୂଖଣ୍ଡ ବିନାସର ଆରମ୍ଭ ଆଉ ବେଶୀଦିନ ନୁହେଁ। ଏବଂ ଏ ବିଷୟରେ ସରକାର ମଧ୍ୟ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାର ଆବଶ୍ୟକତା ଅଛି। ଏହି କାର୍ଯକ୍ରମରେ ପରିବେଶବିତ୍ ସରୋଜ କୁମାର ଯେନା , ତଣ୍ଡାହାର ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ଥିବା ବେଳେ ସେହି ଗ୍ରାମର ସଭାପତି ନାରାୟଣ ସାହୁ ସମ୍ପାଦକ ପ୍ରମୋଦ ସ୍ୱାଇଁ ଓ ଯୌଥ ବାଲ୍ମୀକି ମହିଳା ମହାସଙ୍ଘର ସଭାପତି ବେଙ୍ଗଲତା ରାଉତ ଓ ସ୍ବେଛସେବୀ ଶୁଭେନ୍ଦୁ କୁମାର ରାଉତରାୟ, ସୁବ୍ରତ କୁମାର ସ୍ବାଇଁ, ଧନେଶ୍ଵର ମଲ୍ଲିକ,ଅକ୍ଷୟ କୁମାର ବାରିକ, ସୁଧାଂଶୁ ଶେଖର ରାଉତ, ସୁନିଲ ପ୍ରଧାନ, ମନୋରଞ୍ଜନ ବେହେରା , ମିଥୁନ ଛୋଟରାୟ ପ୍ରମୁଖ ରହି କାର୍ଯକ୍ରମଟିକୁ ସମ୍ପାଦନ କରିଥିଲେ।

0
0
0
s2sdefault