ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଜିଦ୍‍ଖୋର ମନୋଭାବ ହିଁ ଦାୟୀ ରହିବ :  ଡିପ୍ଲୋମା ଇଞ୍ଜିନିୟର ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନ୍ୟାର୍ଯ୍ୟ ଦାବୀ ପୁରଣ ନ ହେଲେ ସେପ୍‍ଟମ୍ୱର ୧୮ରୁ ସମୁହ ଛୁଟି

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ସରକାର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ନ୍ୟାର୍ଯ୍ୟଦାବୀ ଗୁଡିକ ପୁରଣ ନକଲେ ଆସନ୍ତା ସେପ୍ଟେମ୍ବର  ମାସ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗ ଇଞ୍ଜିନିୟର ଡିପ୍ଲୋମା ମାନେ ସମୁହ ଛୁଟିରେ ରହିବେ । ଭବିଷ୍ୟତରେ ଏଥିପାଇଁ ଯେ କୌଣସି ପରିସ୍ଥିତି ଦେଖାଦେଲେ ସେଥିପାଇଁ ରାଜ୍ୟ ସରକାରଙ୍କ ଜିଦ୍‍ଖୋର ମନୋଭାବ ହିଁ ଦାୟୀ ରହିବ ବୋଲି ଡିପ୍ଲୋମା ଇଞ୍ଜିନିୟର ସଂଘ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ  ଦିଆଯାଇଛି ।

ପାରଳାଖେମୁଣ୍ଡି ସ୍ଥିତ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା କାଶୀବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସଭାପତି ଇଂ  ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଏବଂ ଇଂ.ଜି.ବି ଦାସ କହିଛନ୍ତି ଯେ ଦୀର୍ଘ ୫ ବର୍ଷ ଧରି ସରକାରଙ୍କ ଠାରେ ନ୍ୟାର୍ଯ୍ୟ ଦାବୀ ଗୁଡିକ ପୁରଣ ପାଇଁ ଜଣାଇ ଆସୁଥିବା ସତ୍ତ୍ୱେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ କ୍ୟାଡର ପୁର୍ନଗଠନର ନ୍ୟାୟ ମିଳୁନି । ସରକାର ଡୀଗ୍ରୀ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଥିବାବେଳେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅବହେଳା କରି ଆସୁଛନ୍ତି । ଏମିତିକି ଜି.ପି.ଟି.ଏ ମାନଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ନୀୟମିତ କରିବା ପାଇଁ କ୍ୟାବିନେଟ ନିଷ୍ପତି ହୋଇ ଥିଲେ ମଧ୍ୟ ତାହା କରାଯାଉନି । ଡିଗ୍ରୀ ଇଞ୍ଜିନିୟର ମାନଙ୍କ ପଦୋନ୍ନତି ହାର ଶତକଡା ୮୨ ଭାଗ ଥିବା ବେଳେ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ପଦୋନ୍ନତି ହାର ଶତକଡା ୧୩ ଭାଗ ସିମିତ ଅଛି । ଓଡିଶା ପି.ଡବ୍ଲୁ.ଡି କୋଡ଼କୁ  ସମ୍ପୁର୍ଣ୍ଣ ଅଣଦେଖା କରି ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ପ୍ରତି ଅବହେଳା କରାଯାଇ ଡିଗ୍ରୀ ଇଞ୍ଜିନିୟର ମାନଙ୍କ ପ୍ରତି ଅଧିକ ଅନୁକମ୍ପା ଦେଖାଉଛନ୍ତି । ଯାହାକି, ସରକାରଙ୍କ ଏଭଳି ଅବହେଳା ନୀତି ନିୟମ ଅଣଦେଖା ରାଜ୍ୟର ୮,୫୦୦ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଗଣତାନ୍ତ୍ରିକ ପନ୍ଥାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ଉଦ୍ୟମ ବିଫଳ ହେବା ଯୋଗୁଁ ସଂଘ ସମୁହ ଛୁଟିର ନିଷ୍ପତି ଗ୍ରହଣ କରିଛି ବୋଲି ଅଭିଯୋଗରେ କୁହାଯାଇଛି । ଇଂ ତ୍ରିଲୋଚନ ସାହୁ ଓ ଇଂ ସୁର୍ଯ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault