ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି ।ସିବିଏସଇ ଦ୍ଵାରା ପ୍ରକାଶ ପାଇଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଇଶ୍ରିତା ମିଶ୍ର ୯୩.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌତମ ଚରତି ୯୩.୨ ପ୍ରତିଶତ, ପୂର୍ଣ୍ଣିମା ପଟ୍ଟନାୟକ ୯୨.୪ ପ୍ରତିଶତ , ରୋଜାଲିନ ପଣ୍ଡା ୯୦.୮ ପ୍ରତିଶତ ଏବଂ ବିବେକ ପାତ୍ର ୯୦.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ରାହୁଲ ଗୌଡ଼ ୯୮.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପାତ୍ର ୯୮.୨ ପ୍ରତିଶତ , ଆଶିଷ ପାଣିଗ୍ରାହୀ ୯୩.୪ ପ୍ରତିଶତ , ଶ୍ରୀ ସାଇ ଶ୍ରୀନିବାସ ପଣ୍ଡା ୯୩ ପ୍ରତିଶତ ନମ୍ବର ରଖିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୧୧୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ରୁ ଅଧିକା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟର ଭାଇସ୍ ପ୍ରେସିଡେଣ୍ଟ ଡି.ଏନ୍.ରାଓ , ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର , ପ୍ରଶାସନିକ ଅଧିକାରୀ ପ୍ରଦୀପ ପଣ୍ଡା ,ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।
ରାଜ୍ୟ
ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିୟନ୍ ଛାତ୍ରଛାତ୍ରୀଙ୍କ ସଫଳତା
- Hits: 461