ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଚଅଁରପୁର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ନିମନ୍ତେ ପାଚିକା ଚୟନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି | ଚଅଁରପୁର ଗ୍ରାମର କୈଳାସ ଭୋଇ ଙ୍କ ସ୍ତ୍ରୀ ପ୍ରଭାତୀ ଭୋଇ 2015ମସିହାରୁ ପାଚିକା ଭାବେ କାର୍ଯ୍ୟ କରିବା ନିମନ୍ତେ ଆବେଦନ କରିଥିଲେ | ସେ ସମୟ ର ପରିଚାଳନା କମିଟି ପ୍ରଭାତୀ ଙ୍କ ଆବେଦନକୁ ବିଚାରକୁ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ | ତା ପରବର୍ତୀ ସମୟରେ ପ୍ରଧାନ ଶିକ୍ଷକ ଙ୍କର କ୍ରମାଗତ ବଦଳି ହେବାରୁ ପାଚିକା ଚୟନ ପ୍ରକ୍ରିୟା କରାଯାଇନଥିଲା | ହେଲେ ବର୍ତମାନର ପ୍ରଧାନଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ଅଧକ୍ଷ୍ୟ ଚଞ୍ଚକତା କରି ପ୍ରଭାତୀର ପୂର୍ବ ଆବେଦନକୁ ଅଣଦେଖା କରି ଅନ୍ୟ ଅଞ୍ଚଳ ର ଜଣେ ସବର୍ଣ୍ଣ ମହିଳା ଙ୍କୁ ପାଚିକା ନିଯୁକ୍ତି କରିଛନ୍ତି | ଏ ସମ୍ପର୍କ ରେ ଉକ୍ତ ଅଞ୍ଚଳ ର ଅଭିଭାବକ କିମ୍ବା ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇନାହିଁ | ପ୍ରଭାତୀ ଅସବର୍ଣ୍ଣ ପରିବାର ର ବିଧବା ମହିଳା | 2002ମସିହାରୁ ସ୍ୱାମୀକୁ ହରାଇଛି | ପରିବାର ଭରଣ ପୋଷଣ କରିବା ଲାଗି ଅନ୍ୟର ମୁଲ ଲାଗୁଛି |ଅଭାବ ଅନାଟନ ଯୋଗୁଁ ଘର ଖଣ୍ଡେ କରିପାରୁନାହିଁ | ଝାଟି ମାଟି ଘରେ ଜୀବନ ବିତାଉଥିବା ବେଳେ ପାଚିକା ଚୟନ ରେ ଜାତିଆନା ଭେଦଭାବ ଯୋଗୁଁ ଚୟନ ପ୍ରକ୍ରିୟା ରୁ ବାଦ ପଡିବାରୁ ଘଟଣା ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି | ବିଦ୍ୟାଳୟ ରେ ପାଚିକା ନିଯୁକ୍ତି ରେ ଜାତିଆନା ଭେଦ ଭାବ କୁ ନେଇ ଉତେଜନା ଦେଖାଦେଇଛି l
ରାଜ୍ୟ
ଚଅଁରପୁର ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ଚୟନ ରେ ଚଞ୍ଚକତା
- Hits: 392