ହେଡଲାଇନସ୍:

ଜିଲ୍ଲାପାଳଙ୍କ କୋଲନାରା ବ୍ଲକ ଗସ୍ତ ଏବଂ ୩୧ଟି ବିଦ୍ୟାଳୟକୁ ଆରଓଆର ପଟ୍ଟା ପ୍ରଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵ ସିଂ କୋଲନାରା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି l ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୩୧ଟି ବିଦ୍ୟାଳୟକୁ ଆରଓଆର ପଟ୍ଟାକୁ ଜିଲାପାଳ ପ୍ରଦାନ କରିଥିଲେ l ଏହାପରେ ଜଗଦମ୍ବା 5T ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ପରେ ଡୁମୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେ. ଡେଙ୍ଗାସର୍ଗି ଗ୍ରାମକୁ ଯାଇ ନନ୍ଦିଘୋଷ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାଯାଇଥିବା ମହୁଚାଷକୁ ଓ ଏହା ପୂର୍ବରୁ କରାଯାଇଥିବା ଗେଣ୍ଡୁ ଚାଷ ବୁଲିଦେଖିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ପରେ ଖେଦାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଦେଓଗାଁରେ ନିର୍ମାଣଧୀନ ଅମୃତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗ୍ରାମରେ ଅବସ୍ଥିତ ମିଶନ ଶକ୍ତିଗୃହ ପରିଦର୍ଶନ କରି ସେଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ଵୃକ୍ଷ ରୋପଣ କରିଥିଲେ l ଏହାସହ ଖେଦାପଡା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l

ଏହାପରେ ଗୌଗୁଡ଼ା ଠାରେ ନିର୍ମାଣଧୀନ ଅମୃତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା କରିଥିଲେ l ଏହାସହ ଗୌଡ଼ଗୁଡା ଠାରେ ଜୀବିକା ମିଶନ ଜରିଆରେ ମହିଳା ସ୍ଵୟଂ ସହାୟକ ଦ୍ୱାରା କରାଯାଇଥିବ ପନିପରିବା ଚାରା ଉତ୍ପାଦନ କେନ୍ଦ୍ର ବୁଲି ଦେଖିଥିଲେ ଏବଂ ମହିଳା ସ୍ଵୟଂ ସହାୟିକl ସଦସ୍ୟା ମାନଙ୍କ ସହିତ ବର୍ଷସାରା ଚାଷବାସ, ପାନିୟ ଜଳ ଓ ଗୋଷ୍ଠୀ ପାଇଖାନା ସମ୍ପର୍କରେ ଆଲୋଚନା କରିଥିଲେ ଓ ଏହାର ତୁରନ୍ତ ପଦ୍ଧକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶେଷରେ ଜିଲ୍ଲାପାଳ ଥେରୁବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେଲିବାଡି ଗ୍ରାମକୁ ଯାଇ କାଜୁ ପ୍ଲାଣ୍ଟେସନ ବୁଲି ଦେଖିବା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ବଗିଚାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗ୍ରାମ ପଂଚାୟତରୁ ଲିଜ ନେଇଥିବା ପୋଖରିକୁ ସଫା କରିବା ନିମନ୍ତେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ ଓ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

0
0
0
s2sdefault