ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ପରିଷଦ , ଗଜପତିର ମିଳିତ ଆନୁକୂଲ୍ୟରର ୫ଦିନ ଧରି ଚାଲିଥିବା ସରପଞ୍ଚ ମାନଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଡି.ଆର.ଡି.ଏ ର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କର (ଦକ୍ଷତା ବିକାଶ ) ଉଦଘାଟନ ଉତ୍ସବରେ ଯୋଗ ଦେଇ ପାଞ୍ଚ ଦିନିଆ ତାଲିମ ଉଦ୍ଦେଶ୍ୟ ଓ ଏହାକୁ କିପରି ସମସ୍ତଙ୍କ ସହଯୋଗରେ କରାଯିବ ଓ ପଞ୍ଚାୟତକୁ ଏକ ସଶକ୍ତ ପଞ୍ଚାୟତ ଓ ସଶକ୍ତ ଓଡିଶା ଗଠନ କରିବାରେ ସରପଞ୍ଚଙ୍କ ଭୁମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷ ପର୍ଯ୍ୟାୟ ତଥା ଗତ ତା ୧୮ ରିଖ ଠାରୁ ୨୨ ତାରିଖ ୫ ଦିନ ଧରି ଦୁଇଟି ପଞ୍ଚାୟତ ସମିତି ଯଥା :- ମୋହନା ଓ କାଶୀନାଗର ୪୫ ଜଣ ସରପଞ୍ଚ ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଭାଗ ନେଇଥିଲେ। ଏଥିରେ ତାଙ୍କର ଦକ୍ଷତା ବୃଦ୍ଧି ତାହାସହିତ ପଞ୍ଚାୟତର ବିଭିନ୍ନ ଯେଉଁ କାର୍ଯ୍ୟକ୍ରମ ରହିଛି ତାହାରି ଉପରେ ତାଲିମ ଦିଆଯାଇଥିଲା।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯେଉଁ ଯୋଜନା ରହିଛି ତାହା କେମିତି ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିବ ତାହାରି ଉପରେ ତାଲିମ ଦିଆଯାଇଥିଲା।
ଉକ୍ତ ତାଲିମରେ ତାଲିମଦାତା ଭାବେ ଶ୍ରୀଯୁକ୍ତ ସନାତନ ଚୌଧୁରୀ ଓ ଶ୍ରୀଯୁକ୍ତ ସୁନିଲ ପାତ୍ର , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମ ଦାତା ୫ ଦିନ ଉକ୍ତ ତାଲିମକୁ ପରିଚାଳନ କରିଥିଲେ।
ତାଲିମରେ ମୁଖ୍ୟ ବିଷୟ ବସ୍ତୁ ଥିଲା ପଞ୍ଚାୟତିରାଜ ବ୍ୟବସ୍ଥା , ୭୩ତମ ସମ୍ବିଧାନ ସଂଶୋଧନ , ସଶକ୍ତ ଗ୍ରାମ ସଭା ଓ ପଲ୍ଲୀ ସଭା , ମୋ ସରକାର ୫-ଟି , ଗ୍ରାମ ପଞ୍ଚାୟତର ଆର୍ଥିକ ବ୍ୟବସ୍ଥା , ସ୍ଥାୟୀ କମିଟି , ଅର୍ଥ ଆୟୋଗ ଅନୁଦାନ , ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ସରକାରଙ୍କ ୧୧ ଟି ବିଭାଗର ଦାୟୀତ୍ବରେ ଥିବା ଅଧିକାରୀ ଆସି ବିଭିନ୍ନ ବିଭାଗର ଯୋଜନା , କାର୍ଯ୍ୟକ୍ରମ , ପଞ୍ଚାୟତ ଓ ସରପଞ୍ଚ ସମନ୍ଵୟରେ କିପରି କାର୍ଯ୍ୟକ୍ରମ ଗୁଡିକ ପ୍ରସାର ହୋଇପାରିବ ଆଲୋଚନା ତଥା ପ୍ରଶିକ୍ଷଣ ବା ତାଲିମ ଦିଆଯାଇଥିଲା। ଶେଷରେ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା।
ରାଜ୍ୟ
ନବ ନିର୍ବାଚିତ ସରପଞ୍ଚ ମାନଙ୍କ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
- Hits: 555