ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସଭାଗୃହ , ଜଗତସିଂହପୁର ଠାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା -ମିଶନ ବାତ୍ସଲ୍ୟ,ବିଜୁ ଶିଶୁ ସୁରକ୍ଷା ଯୋଜନା,ଆଶୀର୍ବାଦ ଯୋଜନା ଏବଂ ଏହାର କାର୍ଯ୍ୟାନ୍ଵୟନ କରୁଥିବା ସଂସ୍ଥା ଯଥା -ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ବାଲ୍ୟ ବିବାହ ବିରୋଧ ଟାସ୍କ ପୋଭସ,ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଗାଇଡ଼ ଲାଇନର କାର୍ଯ୍ୟର ତୈମାସିକ ସମୀକ୍ଷା କରିଥିଲେ l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କାହ୍ନୁ ଚରଣ ରାଉତ ଗତ ବୈଠକ ର ନିର୍ଦେଶ ର କାର୍ଯ୍ୟନୂୟନ ଓ ପ୍ରଗତି ବିଷୟରେ ଅବଗତ କରିଥିଲେ l ମୋଟ ୭୯୨ ଜଣ ଶିଶୁ ଙ୍କୁ ଆଶୀର୍ବାଦ ଯୋଜନାରେ,୩୬ ଜଣଙ୍କୁ ପୃଷ୍ଠ ପୋଷକ ସହାୟତା ଏବଂ ୧୦୩ ଜଣଙ୍କୁ ଆନୁଷ୍ଠାନିକ ଯନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ରୁଦ୍ରନାରାୟଣ ଦାଶ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିସିଫିପୁର ଅଧିକାରୀ ଏବଂ କର୍ମଚାରୀ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଓ ସଭ୍ୟ, ଶିଶୁ ଯତ୍ନ ଅନୁଷ୍ଠାନ ରେ ସମ୍ପାଦକ ଏବଂ ସୁପରିନଟେଣ୍ଟଟ, ନିଁର୍ଧେଶ ଗାଇଡ଼ ଲାଇନ, ଜିଲ୍ଲା ସଂଯୋଜକ, ବାଲ୍ୟ ବିବାହ ନିରୋଧ ଏବଂ ପରାମର୍ଶ ଦାତା ଅଣ ଆନୁଷ୍ଠାନିକ ଯତ୍ନ ଯୋଗଦେଇ ଥିଲେ l ଶେଷରେ ଜଗନ୍ନାଥ ମିଶ୍ର ଆଇନଜ୍ଞ ତଥା ପ୍ରୋବେଶନ ଅଧିକାରୀ, ଦିଶିଜୀୟୁ ଧନ୍ୟବାଦ ଦେଇଥିଲେ l ଜିଲ୍ଲାପାଳ ଶିଶୁ ମାନଙ୍କର ଅଧିକାର ସୁରକ୍ଷା ଏବଂ ବିକାଶ କୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l
ରାଜ୍ୟ
ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
- Hits: 429