ଶ୍ରଦ୍ଧାଳୁଙ୍କ ଅବଗତି ପାଇଁ   ଓଳି କୁଡୁଆର ଫଟୋରେ ରହିବ ମହାପ୍ରସାଦ ଦର     

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏଣିକି ଚଢା ଦରରେ ବିକ୍ରି ହେବନି ଅବଢା

ପୁରୀ/ Kumara Abhisekh : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ବିଷୟକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସମସ୍ତ ସେବାୟତମାନଙ୍କୁ ବିଶ୍ୱାସକୁ ନେଇ ଏହି ଆଦେଶ କାର୍ୟ୍ୟକାରୀ କରିବା ପାଇଁ ଚାହୁଁଛି । ତେଣୁ ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ବାରମ୍ବାର ବୈଠକ କରାଯାଉଛି । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ସେବାୟତମାନଙ୍କ ସହ ଆଲୋଚନାର ନିଷ୍କର୍ଷ ଉପସ୍ଥାପନ କରିବେ । ସେପ୍ଟେମ୍ବର ୫ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ଚୂଡାନ୍ତ ରାୟ ପ୍ରଦାନ କରିବେ । ଏହାପରେ ବିଧିବଦ୍ଧ ଭାବେ ତାହା କାର୍ୟ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି | 

ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ୧୨ଟି ବିଷୟ ଉପରେ ଗତକାଲି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ୧, ୨ଓ ୧୨ ନମ୍ବର ବିଷୟକୁ ଛାଡିଦେଲେ ଅନ୍ୟ ସବୁ ବିଷୟରେ ସେବାୟତମାନେ ସହମତି ଦେଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ମନ୍ଦିରର ରୀତିନୀତି, ପୂଜାବିଧି ଓ ଯାନିଯାତ୍ରା ପାରମ୍ପରିକ ରୀତିରେ ଚାଲିବ । ଏଥିରେ କୌଣସି ପରିବର୍ତ୍ତନ କରାଯିବନାହିଁ । କେବଳ ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସ୍ତାବକୁ ନେଇ ମତପାର୍ଥକ୍ୟ ରହିଛି ।

ସେବାୟତମାନଙ୍କୁ କୋର୍ଟର ଆମିକସ କ୍ୟୁରୀ ସେମାନଙ୍କର ମତାମତ ଅବଗତ କରିବେ । ମନ୍ଦିରର ନିରାପତ୍ତା ପ୍ରଶାସକ ଓ ଏସପିଙ୍କ ଅଧିନରେ ରହିବ । ଜେଟିଏସ , ଜେଟିପି ଓ ସିଂହଦ୍ୱାର ଥାନା ତାଙ୍କ ଅଧୀନରେ ରହିବ । ଅରୁଣସ୍ତମ୍ଭଠାରୁ ଭିତର କାଠ ପର୍ୟ୍ୟନ୍ତ ଥାଳି ରଖି ଦାନ ଦକ୍ଷିଣା ଆଦାୟ ସମ୍ପର୍କରେ ଆଲୋଚନା କରାଯିବା ସହ ଥାଳି ନରଖିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିପରି ସେବାୟତଙ୍କ ସେବା ବାବଦ କ୍ଷତିଭରଣା କରାଯିବସେ ବିଷୟରେ ଆଲୋଚନା ହୋଇଥିଲା ।

0
0
0
s2sdefault