(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସତ୍ୟ ଓ ନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ତଥା ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ୱାଦିକ ମାନେ ଆଜି ସୁରକ୍ଷିତ ନାହାଁନ୍ତି । ଯେଉଁ ସାମ୍ୱାଦିକ ଅନ୍ୟାୟ , ଅନୀତି , ଦୁନିର୍ତ୍ତି ବିରୁଦ୍ଧରେ ସ୍ୱର ଉଠେଇବ ତାହାର କଣ୍ଠରୋଧ କରାଯାଉଅଛି । ଏମିତି ଏକ ଘଟଣା ଘଟିଯାଇଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅଞ୍ଚଳରେ । ସୂଚନଥାଉକି ଦୈନିକ ଓଡ଼ିଆ ଖବରକାଗଜ ସୂର୍ଯ୍ୟପ୍ରଭା ର ସାମ୍ବାଦିକ ଶ୍ରୀଯୁକ୍ତ ରତ୍ନାକର ବାରିକ ନିଶ୍ଚିନ୍ତକୋଇଲିରୁ ନିଜ ଖବର ପ୍ରେରଣ କରି ଘରକୁ ଫେରିବା ବାଟରେ ନେମାଳ ଥାନା କଣ୍ଟାପାରି ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି । ଦୁଇ ଆକ୍ରମଣକାରୀ ଙ୍କ ବିରୁଦ୍ଧରେ ନେମାଳ ଥାନାରେ ଆହତ ସାମ୍ୱାଦିକ ଙ୍କ ପତ୍ନୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତରଫରୁ କୌଣସି ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅଭିଯୋଗ ଅନୁଯାୟୀ ଦୁଇଜଣ ଯୋଜନାବଦ୍ଧ ଭାବେ ମରଣାସ୍ତ୍ର ସାହାଯ୍ୟରେ ଏବଂ ଏକ କାଚ ବୋତଲରେ ସାମ୍ବାଦିକ ରତ୍ନାକର ବାରିକ ଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିବା ସହିତ ମନିପର୍ସ ରେ ଥିବା ଟଙ୍କା ଓ କ୍ୟାମେରା ଛଡାଇନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀ ବାରିକଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ବେଳେ ଅବସ୍ଥା ଗୁରୁତର ହେବାରୁ କାଲି ବିଳମ୍ୱିତ ରାତ୍ରରେ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ସାମ୍ୱାଦିକ ଶ୍ରୀ ବାରିକ ଙ୍କ ଉପରେ ହୋଇଥିବା ଆକ୍ରମଣ କୁ ମିଡିଆ ବ୍ରଦର୍ଶ ର ସମସ୍ତ ସାମ୍ୱାଦିକ ଭାଇମାନେ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଢ ଦାବି ହୋଇଛି । ସେହିପରି ଏହି ଘଟଣାକୁ ବହୁ ସାମ୍ବାଦିକ ସଂଘ ପକ୍ଷରୁ ଏହି ଘଟଣା କୁ ଦୃଢ ନିନ୍ଦା କରାଯିବା ସହ ଆକ୍ରମଣକାରୀ ଙ୍କୁ ଧରିବାରେ ପୋଲିସର ନିସକ୍ରିୟତା ଉପରେ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି ।
ରାଜ୍ୟ
ବରିଷ୍ଠ ସାମ୍ବାଦିକ ଙ୍କୁ ଆକ୍ରମଣ ; ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ ରେ ଭର୍ତ୍ତି ।
- Hits: 584