ହେଡଲାଇନସ୍:

ବାଲ୍ୟ ବିବାହ ବନ୍ଦ ନିମନ୍ତେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଜିଲ୍ଲାର ସାତଟି ବ୍ଲକରୁ ବାଲ୍ୟ ବିବାହକୁ ନା କହି ଥିବା ଓ ବାଲ୍ୟ ବିବହ ଉପରେ କାମ କରି ଥିବା ୩୫ ଜଣ କିଶୋର ଓ କିଶୋରୀ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ବାଲ୍ୟ ବିବାହକୁ କେମିତି ତୃଣ ମୂଳ ସ୍ତର ରେ ରୋକିବା , କିଶୋରୀ ବାଳିକା ମାନଙ୍କୁ ସୁଦୃଢ କରିବା ସହ ସଚେତନତା ମାଧ୍ୟମରେ ଜିଲ୍ଲାରୁ ବାଲ୍ୟ ବିବାହକୁ ଦୂର କରିବା ଏହା ଉପରେ ଆଲୋକପାତ କରିଥିଲେ।
୨୦୨୩ ସୁଦ୍ଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସମସ୍ତଙ୍କ ଲକ୍ଷ୍ୟ ଓ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଏହାକୁ ସଫଳ କରିବା ବୋଲି ସୂଚେଇ ଥିଲେ।
ଶ୍ରୀ ଯୁକ୍ତ ରୋମାଞ୍ଚଲ୍ ଖମାରି, ପ୍ରକଳ୍ପ ସଂଯୋଜକ, (ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା) ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ସାମୁହିକ ସଚେତନତା ଓ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି ସୂଚେଇ ଥିଲେ। ସମାଜରେ ବାଲ୍ୟ ବିବାହ ଏକ ଘୃଣ୍ୟ ଅପରାଧ ବୋଲିଜଣାଇଥିଲେ।
ଶ୍ରୀଯୁକ୍ତ ଫାଲଗୁନି ମାଝୀ ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଜିଲ୍ଲାର ବାଲ୍ୟ ବିବାହର ତଥ୍ୟ ରଖିବା ସହ ଅବମାନନା କରୁଥିବା ଲୋକଙ୍କ ବିରୁଦ୍ଧରେ ମକଦ୍ଦମା କରି ଦଣ୍ଡ ଦେବାର ଆବଶ୍ୟକତା ରହିଚି ବୋଲି କହିଥିଲେ।
ଶ୍ରୀମତୀ ଅଳକା ସାହୁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା କମ୍ ବୟସର ଶିଶୁ ପ୍ରେମ ସମ୍ପର୍କରେ ଆସି ଘରୁ ପଳାୟନ କରୁଛନ୍ତି ଯାହାର ବହୁତ କୁ ପ୍ରଭାବ ଶିଶୁଙ୍କ ଉପରେ ପଡୁଚି ଓ ତାକୁ ରୋକିବା ଦିଗରେ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଲୋକପାତ କରି ଥିଲେ।
ଶ୍ରୀ କିରଣ କୁମାର ମହାନ୍ତି, ଜିଲ୍ଲାପାଳଙ୍କ ଓଏସଡି ବାଲ୍ୟ ବିବାହ ନାରୀ ମାନଙ୍କର ସମ୍ମାନ ଓ ପ୍ରତି ସ୍ୱାଭିମାନ ଉପରେ ଏକ ଅପମାନ ଓ କଳାଦାଗ ବୋଲି କହିଥିଲେ। ଯାହା ଗୋଟେ କିଶୋରୀ ବାଳିକାକୁ ତାର ଅଧିକାର କ୍ଷୁର୍ଣ୍ଣ କରି ଥାଏ ଓ ଉଚ୍ଚ ଶିକ୍ଷିତରୁ ବଞ୍ଚିତ ରଖିଥାଏ ବୋଲି ଆଲୋକପାତ କରିଥିଲେ।
ଶ୍ରୀମତୀ ମୀନତି ଦେଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତ ସ୍କୁଲରେ କିଶୋର କିଶୋରୀ ମାନଙ୍କୁ ସଚେତନତା କରେଇବାର ଆବଶ୍ୟକତା ରହିଚି ବୋଲି ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମନ୍ନିତ ଶିଶୁ ସୁରକ୍ଷା ଯୋଜନାରେ ଥିବା ସୁବିଧା ବିଷୟରେ ଅବଗତ କରେଇ ଥିଲେ। ନିଜ ବାଲ୍ଯ ବିବାହକୁ ନିଜେ ନା କହିଥିବା ୨ ଜଣ କିଶୋରୀ ବାଳିକାକୁ ସମ୍ମାନିତ କରାଯାଇ ଥିଲା ଓ ୨୦୨୧ ମସିହାରେ ବାଲ୍ୟ ବିବାହକୁ ନମାନିଥିବା ବ୍ୟକ୍ତି ବିରୁଦ୍ଧରେ ଗୁମ୍ମା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ଅନିତା ପଟ୍ଟନାୟକ ମକଦ୍ଦମା ରୁଜୁ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲ। ଶ୍ରୀ ବିକାଶ କୁମାର ମେହେର ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା ପରିଚାଳନା କରିଥିଲେ । ବିଜୟ ପ୍ରଧାନ (ବ୍ଲକ ସଂଯୋଜକ) ଉପସ୍ଥିତ ଥିବା କିଶୋର କିଶୋରୀ ମାନଙ୍କୁ ବାଲ୍ଯ ବିବହ ଉପରେ ଦକ୍ଷତା ବୃଦ୍ଧି କରେଇଥିଲେ।
ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କେନ୍ଦ୍ର ପ୍ରଶାସିକା ସଖୀ ଦ୍ଵାରା ଦିଆଯାଉଥିବା ସେବା ଉପରେ ଦକ୍ଷତା ବୃଦ୍ଧି କରାଇଥିଲେ। ଶ୍ରୀମତୀ କେ. ସୁନିତା ମହିଳା ସୁରକ୍ଷା ଅଧିକାରୀ କିଶୋର କିଶୋରୀ ମାନଙ୍କୁ ସଶକ୍ତି କରଣ ପାଇଁ ଚାଲିଥିବା ଅଦ୍ଵିକା କାର୍ଯ୍ୟକ୍ରମ ଉପରେ ଦକ୍ଷତା ବୃଦ୍ଧି କରି ଥିଲେ। ଶ୍ରୀମତୀ ମନ୍ଦାକିନୀ ସିଂ ଜିଲ୍ଲା ସଂଯୋଜିକା ୟୁ ଏନ୍ ଓମେନ୍ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଟେକନିକାଲ ଏଡୁକେସନ୍ ଗ୍ରହଣର ଆବଶ୍ୟକତା, ଉପକାରିତା ଓ ଏହାର ଆବଶ୍ୟକତା ଉପରେ ଦକ୍ଷତା ବୃଦ୍ଧି କରିଥିଲେ। ଶେଷରେ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

0
0
0
s2sdefault