ହେଡଲାଇନସ୍:

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରତ୍ୟେକ ଓଡିଆ ଆଜି ଗୌରବାନ୍ୱିତ :ସମୀର ମହାନ୍ତି

 ନବନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
 ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ
 ରାଜ୍ୟବ୍ୟାପୀ ବିଜୟ ଉତ୍ସବ ପାଳନ, ସାମିଲ ହେଲେ ବୁଦ୍ଧିଜୀବି ଓ ସାଧାରଣ ଜନତା

ଭୁବନେଶ୍ୱର: ଆଜିର ଦିନଟି ବିଶେଷ ଭାବେ ସମସ୍ତ ଓଡିଆଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ ।ଦେଶର ଶୀର୍ଷ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପାଇଁ ବିଜେପି ନେତୃତ୍ୱ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଓଡ଼ିଶା ମାଟିର ଗର୍ବ, ଗୌରବ ତଥା ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।ରାଜ୍ୟର ଏକ ଉପାନ୍ତ ଜିଲ୍ଲାର ରାଇରଙ୍ଗପୁର ଅଂଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଇସିନା ହିଲ୍‌କୁ ପହଂଚିଛନ୍ତି ।
‘ସମାଜର ଅନ୍ତିମ ଧାଡିରେ ବାସ କରୁଥିବା ବ୍ୟକ୍ତି ଯେଉଁ ଦିନ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବେ, ସେହି ଦିନ ବାସ୍ତବରେ ସ୍ୱାଧୀନତା ପ୍ରାପ୍ତ ହେଲା ବୋଲି ଜାଣିବା’ ବୋଲି ସମ୍ବିଧାନର ପ୍ରଣେୟତା ଡ.ଭୀମରାଓ ଆମ୍ବେଦକର କହିଥିଲେ । ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଭାରତ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରୁଥିବା ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବାସ୍ତବରେ ପରିଣତ କରିଛନ୍ତି ଏବଂ ଏହା ଓଡିଶାବାସୀଙ୍କ ପାଇଁ ସ୍ୱାଧୀନତା ପରବର୍ତୀ ସର୍ବଶ୍ରେଷ୍ଠ ଉପହାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ଏଥି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆନନ୍ଦ ଓ ଉଲ୍ଲାସର ସହ ବିଜୟ ଉତ୍ସବ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ଅନେକ ବିଧାୟକ, ରାଜ୍ୟ ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ଆଦିବାସୀ ଓ ପାରଂପାରିକ ନାଚଗୀତ, ବାଣବାଜା ସହିତ ମିଷ୍ଠାନ ବଂଟନ କରି ପାଳନ କରାଯାଇଥିବା ବିଜୟ ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବି ଓ ସାଧାରଣ ଜନତା ସାମିଲ ହୋଇଥିଲେ । ଏହା ପରେ ଭୁବନେଶ୍ୱର ରମାଦେବୀ ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ଶ୍ରୀମତୀ ମୁର୍ମୁ ରହୁଥିବା ଛାତ୍ରୀନିବାସକୁ ଯାଇ ଅନ୍ତେବାସୀଙ୍କୁ ମିଷ୍ଠାନ ବଂଟନ କରାଯାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା ।
ସେହିପରି ରାଇରଙ୍ଗପୁର ରୁ ନବରଙ୍ଗପୁର; ଭୁବନେଶ୍ୱର ରୁ ସମ୍ବଲପୁର ସମେତ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ମଣ୍ଡଳରେ ବିଜେପି କାର୍ଯ୍ୟକର୍ତାମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । କେନ୍ଦୁଝର, ସୁନ୍ଦରଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଝାରସୁଗୁଡା, ଦେବଗଡ, ବଲାଙ୍ଗୀର, ବୈାଦ୍ଧ, ଫୁଲବାଣୀ, କଳାହାଣ୍ଡି, ନବରଙ୍ଗପୁର, ଜୋରାପୁଟ, ମାଲକାନଗିରି, ଗଜପତି, ଗଂଜାମ, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଛି ।

0
0
0
s2sdefault