ହେଡଲାଇନସ୍:

୧୫ତମ ରାଷ୍ଟ୍ରପତି ନିର୍ବାଚନ ଭାରତ ପାଇଁ ଏକ ଐତିହାସିକ ଦିନ; ବୈଜୟନ୍ତ ପଣ୍ଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର- ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣାକୁ କିଛି ସମୟ ବାକି ଥିବାବେଳେ ସାରା ଦେଶରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆସାମର ଗୌହାଟି ଠାରେ ବିଜେପି ଦ୍ବାରା ଆୟୋଜିତ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବଶର୍ମାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇଛନ୍ତି। ସେଠାରେ ପାରମ୍ପାରିକ ନୃତ୍ୟ ଗୀତ ସହ ଉତ୍ସବ ପାଳନ କରାଯାଉଛି।

ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଜସସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀ ଦେଶର ସବୁ ବର୍ଗର ନେତାଙ୍କୁ ପ୍ରତିନିଧିତ୍ବ କରିବା ପାଇଁ ସୁଯୋଗ ଦେଇ ଆସିଛନ୍ତି। ପ୍ରଥମ ଓଡିଆ ଓ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କୁ ବିଜେପି ସହିତ ନଥିବା ଅନ୍ୟ ଦଳମାନେ ମଧ୍ୟ ସମର୍ଥନ କରିଛନ୍ତି। ଏହାକୁ କେବଳ ଭାରତରେ ନୁହେଁ ବରଂ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପ୍ରଶଂସା କରାଯାଉଛି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ।

0
0
0
s2sdefault