ହେଡଲାଇନସ୍:

ମୋବାଇଲ ନେଟ୍‌ୱାର୍କ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବୈଠକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରଣପୁର, ଦଶପଲ୍ଲା ଓ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳର ମୋବାଇଲ ନେଟ୍‌ୱାର୍କ ସୁଦୃଢୀକରଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ଆଦି ପ୍ରସଙ୍ଗରେ ଏକ ଜରୁରୀ ବୈଠକ ଇଲେକେଫ୍ରାନିକ୍ସ ଏବଂ ସୂଚନାପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ରାଜ୍ୟର ସବୁସ୍ଥାନରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱାର୍କ ସେବା ମିଳିପାରିବ ଏବଂ ଜନସାଧାରଣ ତୁରନ୍ତ ମୋବାଇଲ ନେଟୱାର୍କ ସେବାକୁ ହାତପାହାନ୍ତାରେ ପାଇପାରିବେ ସେଥି ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ରଣପୁର ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଂଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶିମିଳିଝର ଜଳପ୍ରପାତ ପର୍ଯ୍ୟଟନ ଅଞ୍ଚଳରେ ପ୍ରାୟ ୧୦ ହଜାର ଆଦିବାସୀ ବସବାସ କରୁଥିବାବେଳେ ଏହି ଅଞ୍ଚଳକୁ ତୁରନ୍ତ ମୋବାଇଲ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଟେଲିକମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ୟìନିକେସନ କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତାର ଶୀର୍ଷକୁ ପହଂଚିପାରିବ ସେଥିନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ମୋବାଇଲ୍‌ ଟାୱାର, ଅପ୍‌ଟିକାଲ ଫାଇବର କେବୁଲ ଓ ଟେଲିକମ୍‌ ଭିତ୍ତିଭୂମି ନୀତି-୨୦୧୭ର ସଂଶୋଧନ ଅଣାଯିବା ପରେ ବିଭିନ୍ନ ଭୂତଳ, ଊଦ୍ଧ୍ୱର୍, ଟେଲିଫୋନ୍‌ ଭିତ୍ତିଭୂମି ନିର୍ମାଣ ସମୟାନୁଭିତ୍ତିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଏହି ବୈଠକରେ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଏସଏନଏଲ, ରିଲାଏନ୍ସ ଜିଓ, ଏଆରଟେଲ ଏବଂ ଭୋଡାଫୋନ ଆଦି ଟେଲିକମ ନେଟୱାର୍କ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ ।

0
0
0
s2sdefault