ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଗୁଣୁପୁର ପ୍ରତି ବଡ଼ ଭେଟି : ଆଜିଠୁ ଚାଲିଲା ଗୁଣୁପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର -କେନ୍ଦ୍ର ସରକାରଙ୍କ ଗୁଣୁପୁର ପ୍ରତି ବଡ଼ ଭେଟି । ପୂରଣ ହୋଇଛି ଦୀର୍ଘ ବର୍ଷର ଦାବୀ । ଆଜିଠାରୁ ସର୍ବପୁରାତନ ତଥା ଶତାୟୁ ରେଳପଥ ରେ ଗୁଣୁପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ ଗୁଣୁପୁର ଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହାଦ୍ବାରା ଲୋକେ ସିଧାସଳଖ ଭୁବନେଶ୍ୱର, କଟକ ଯାତାୟାତ କରିପାରିବେ । ଏହି ମେମୁ ଏକ୍ସପ୍ରେସ ଟି କଟକରୁ ସନ୍ଧ୍ୟା 5: 30 ରେ ବାହାରି ଗୁଣୁପୁର ରେ ରାତି 1: 30 ରେ ଗୁଣୁପୁର ରେ ପହଞ୍ଚିଥିଲା । ଗୁଣୁପୁର ରୁ ରାତି 2:45 ରେ ବାହାରି ଦିନ 11 ଟା ରେ କଟକ ପହଞ୍ଚିବ । ପୂର୍ବରୁ ଲୋକେ ଅଧିକ ଟଙ୍କା ଦେଇ ବସ ରେ ଯାତାୟାତ କରୁଥିବା ବେଳେ ଏବେ ଟ୍ରେନ ସୁବିଧା ଉପଲବ୍ଧ ହୋଇଛି । ଆଜି ଆନ୍ଧ୍ର ଓଡିଶା ରେଳ ବ୍ୟବହାର କାରୀ ସଂଘ, ନବନିର୍ମାଣ ସମିତି ଓ ଗୁଣୁପୁର ଜନସାଧାରଣ ଙ୍କ ଦ୍ଵାରା ନୂତନ ଟ୍ରେନ କୁ ସ୍ୱାଗତ କରାଯାଇଥିଲା ।

0
0
0
s2sdefault