ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ଶରଣକୁଳ ମହାବିଦ୍ୟାଳୟ ଠିକା କର୍ମଚାରୀ ବୁଧବାର ଦିନ ଫାଟକ ସାମନାରେ ୧୦୦ ଦିନିଆ ଧାରଣା ଓ ପ୍ରତିବାଦ ଆରମ୍ଭ କରିଛନ୍ତି । ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ଡ଼ାକରାରେ ୨୦୦୮ ମସିହା ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସରକାରୀ ଅନୁଦାନ ଦାବିରେ ଏହି ଧାରଣା ଆରମ୍ଭ ହୋଇଛି । ଦୀର୍ଘ ୯୬ଦିନ ଧରି ଭୁବନେଶ୍ୱର ଠାରେ ଧାରଣା ଦିଆଯାଇଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ସଂଘର ଜିଲ୍ଲା ସଂଯୋଜକ ଦେବାଶିଷ ମହାପାତ୍ର ଏବଂ ଖଣ୍ଡ ସଂଯୋଜକ ଜିତେନ୍ଦ୍ର ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଧାରଣାରେ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇ ସରକାରଙ୍କର ନିଷ୍ପତି ବିରୋଧରେ ନାରାବାଜି କରିବାସହ ମହାବିଦ୍ୟାଳୟର ଅଧକ୍ଷ ବସନ୍ତ କୁମାର ରଥଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ସରକାର ଅନୁଦାନ ପ୍ରଦାନ କରିବାରେ ଅବହେଳା କଲେ ରାଜ୍ୟବ୍ୟାପି ପ୍ରତିବାଦକୁ ଅଧିକରୁ ଅଧିକ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର କାର୍ଯକ୍ରମରେ ଶରଣକୁଳ ମହାବିଦ୍ୟାଳୟର ସମସ୍ତ ଠିକା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିବାବେଳେ ଅଧ୍ୟାପକ ଅଜୟ କୁମାର ମହାରଣା ଓ ଅଧ୍ୟାପିକା ରଶ୍ମିରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜ୍ୟ
ଶରଣକୁଳ ମହାବିଦ୍ୟାଳୟ ଠିକା କର୍ମଚାରୀଙ୍କ ଫାଟକ ଆଗରେ ଧାରଣା ଓ ପ୍ରତିବାଦ
- Hits: 395