- ଅଡିପ୍ରେପ୍ ସମ୍ପ୍ରତି କେବଳ ଏନଇଇଟି ଆଶାୟୀଙ୍କ ପାଇଁ ପ୍ରଚଳନ କରାଯାଉଛି
- ଏଥିରେ ବିଶାରଦମାନଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀବିଜ୍ଞାନ ପାଠ୍ୟକ୍ରମ ରହିଛି
- ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କ ପ୍ରସ୍ତୁତିକୁ ଅଧିକ ଶାଣିତ କରିବା ସକାଶେ ଏହି ଅଡିଓ ବୁକ୍ ବ୍ୟବହାର କରିପାରିବେ
ଭୁବନେଶ୍ୱର: ସର୍ବାଧୁନିକ ପ୍ରଯୁକ୍ତିର ଉପଯୋଗ ଏବଂ ନବୋନ୍ମେଷକୁ ବ୍ୟବହାର କରି ସର୍ବୋତ୍ତମ ଯୋଗାଇଦେବାରେ ହାସଲ କରିଥିବା ସୁଖ୍ୟାତିକୁ ବଜାୟ ରଖି ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ+ବାଇଜୁସ୍ ଏନ୍ଇଇଟି ଆଶାୟୀଙ୍କ ନିମନ୍ତେ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଅଡିଓବୁକ୍ ଆକାଶ ଅଡିପ୍ରେପ୍ ପ୍ରଚଳନ କରିଛି ।
ଆକାଶ ଅଡିପ୍ରେପ୍ ଏକ ସମ୍ପୂର୍ଣ୍ଣ ନୂତନ ୱେବ୍ ଏବଂ ଆପ୍ ଭିତ୍ତିକ ଅଡିଓବୁକ୍ ଯେଉଁଥିରେ ବିଶାରଦମାନଙ୍କ ଦ୍ୱାରା ବିଜ୍ଞାନସମ୍ମତ ପଦ୍ଧତିରେ ଡିଜାଇନ କରାଯାଇଥିବା ପଡକାଷ୍ଟ ପଠନ ବିଷୟବସ୍ତୁ ରହିଛି । ଅଡିଓବୁକ୍ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀବିଜ୍ଞାନ ଆଦି ପାଠ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି ଯାହା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ନିମନ୍ତେ ଅତୁଳନୀୟ ଭାବରେ ଉପଯୋଗୀ ହୋଇପାରିବ ।
ଡିଜିଟାଲ ରୂପାନ୍ତରଣ ଉପରେ ଆଧାରିତ ଅଡିପ୍ରେପ୍ ଏକ ମଲ୍ଟି ସେନସରୀ ଶିକ୍ଷା ଆହରଣ ଆଭିମୁଖ୍ୟ ଜରିଆରେ ଦକ୍ଷ ଓ ଫଳପ୍ରଦ ଶିକ୍ଷା ଆହରଣ ସୁଯୋଗ ଯୋଗାଇଦେବା ଲକ୍ଷ୍ୟ ରଖିଛି । ପାଠ ଅଧ୍ୟାୟଗୁଡିକ ଯେକୌଣସି ସମୟରେ ଏବଂ ସବୁଠାରୁ ସ୍ୱାଚ୍ଛନ୍ଦ୍ୟ ସ୍ଥାନରେ ପୁନଃଅଧ୍ୟୟନ ପ୍ରକ୍ରିୟାକୁ ଅଡିଓବୁକ୍ ସହଜ କରି ଗଢିତୋଳୁଛି । ଅଡିଓବୁକ୍ରେ ମଧ୍ୟ ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ‘ସ୍ପେଶ୍ଡ ରିପିଟିସନ’ ରହିଛି ଯାହା ନିରସ ବିଷୟଗୁଡିକୁ ଛାତ୍ରଛାତ୍ରୀ ସହଜରେ ବୁଝିବା ଏବଂ ମନେରଖିବା ପ୍ରକ୍ରିୟା ସହଜ କରିବାରେ ସହାୟତା କରୁଛି । ସମୟକୁ ଅଧିକ ଭଲଭାବରେ ଉପଯୋଗ କରିବା ସକାଶେ ଏହା ଏକ ପ୍ରଭାବୀ ଏବଂ ଫଳପ୍ରଦ ସାଧନ ହୋଇଛି ।
ଅଡିଓବୁକ୍ ସଠିକ ମଡୁଲେସନ ସହିତ ଉଚ୍ଚ ମାନର ଅଡିଓ ବିଷୟବସ୍ତୁ ଏବଂ ଆକାଶ ବିଶାରଦମାନଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ ଉଚ୍ଚାରଣ ତଥା ନିଟି ଗ୍ରିଟି ନାମରେ ବିଷୟ ଭିତ୍ତିରେ ପୂର୍ବ ବର୍ଷର ପ୍ରଶ୍ନାବଳୀର ଏକ ସମାହାର ଭଳି ବୈଶିଷ୍ଟ୍ୟ ଉପଲବ୍ଧ କରାଉଛି । ଏହା ମଧ୍ୟ ଛାତ୍ରଛାତ୍ରୀଙ୍କର ମନେରଖିବା କ୍ଷମତାରେ ଉନ୍ନତି ଆଣିବା ସକାଶେ ଶକ୍ତିଶାଳୀ ନେମୋନିକ୍ସ, ଚିତ୍ର, ଟେବୁଲ ଏବଂ ଫ୍ଲୋ ଚାର୍ଟଗୁଡିକର ବିସ୍ତାରିତ ବ୍ୟାଖ୍ୟା ଯୋଗାଇ ଦେଉଛି ।
ଅଡିଓବୁକ୍ରେ ଏକ ବିଷୟବସ୍ତୁ ନିର୍ମାଣକାରୀ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଯାହା ଏନ୍ସିଇଆରଟି ପାଠ୍ୟକ୍ରମ ଊର୍ଦ୍ଧ୍ୱରେ ଉପଯୋଗୀ ଏନ୍ଇଇଟି ଚିନ୍ତାକଳ୍ପକୁ ମଧ୍ୟ ସାମିଲ କରିଛି ଏବଂ ଏଥିରେ ଆତ୍ମ ଆକଳନ ନିମନ୍ତେ ଏକ କ୍ୱିକ କୁଇଜ୍ ରହିଛି ଯାହା ମଜାଦାର ଉପାୟରେ ପାଠ୍ୟକ୍ରମଗୁଡିକର ଅଭ୍ୟାସ କରିବା ଏବଂ ସେଗୁଡିକୁ ପ୍ରସ୍ତୁତି କରିବାରେ ସହାୟତା କରୁଛି । ଅଡିପ୍ରେପ୍ ମଧ୍ୟ ଦ୍ରୁତ ପୁନଃଅଧ୍ୟୟନ ନିମନ୍ତେ ପ୍ରତି ଅଧ୍ୟାୟ ଶେଷରେ ଏକ ତ୍ୱରିତ ପୁନରାବଲୋକନ ଏବଂ ଗୁରୁତ୍ୱପୂର୍ଣ୍ଣ ସୂତ୍ରକୁ ସ୍ଥାନିତ କରିଛି, ଯାହା ଜଟିଳ ଚିନ୍ତନକୁ ନିୟୋଜନକାରୀ ଏବଂ ବୁଝିବା ନିମନ୍ତେ ସହଜ କରିଦେଉଛି ।
ଅଡିପ୍ରେପ୍ ପ୍ରଚଳନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଆକାଶ ଚୌଧରୀ, ମ୍ୟାନେଜିଂ ଡାଇରେକ୍ଟର, ଆକାଶ+ବାଇଜୁସ୍ କହିଛନ୍ତି, “ଆମେ ଏକ ଅଗ୍ରଗାମୀ ସଂଗଠନ ଏବଂ ଆମ ଛାତ୍ରଛାତ୍ରୀଙ୍କର ପ୍ରଥମ ଆଭିମୁଖ୍ୟକୁ ସମ୍ମାନ ଜଣାଇବାକୁ ଆମେ ସର୍ବୋତ୍ତମ ପ୍ରଯୁକ୍ତି ଆଣିବା ଦିଗରେ ନିରନ୍ତର ନବସୃଜନ ପ୍ରକ୍ରିୟା ଜାରି ରଖିଛୁ ଯାହା ଏକ ଉପଯୋଗୀ ଶିକ୍ଷା ଆହରଣ ପରିବେଶ ଯୋଗାଇ ଦେଉଛି । ଏହି ଶିଳ୍ପରେ ଅନେକ ଶିକ୍ଷାଗତ ଧାରା ସୃଷ୍ଟି କରିବା କ୍ଷେତ୍ରରେ ଆମେ ଆଗରେ ରହିଛୁ । ଅଡିପ୍ରେପ୍ ଆଉ ଏକ ଉଲ୍ଲେଖନୀୟ ସାଧନ ହୋଇଛି ଯାହା ଏନ୍ଇଇଟି ଆଶାୟୀଙ୍କୁ ଅଧିକ ସୁଯୋଗ ଉପଲବ୍ଧ କରାଉଛି । ପୂର୍ଣ୍ଣାଙ୍ଗ ଅଡିଓବୁକ୍ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ମାନର ଶିକ୍ଷା ଆହରଣ ସାମଗ୍ରୀ ଯୋଗାଇଦେବା ସହିତ ଛାତ୍ରଛାତ୍ରୀଙ୍କ ମଲ୍ଟି ସେନସରୀ ଶିକ୍ଷା ଆହରଣ ପ୍ରତି ଉପଯୋଗୀ ହେବାଭଳି ବ୍ୟବସ୍ଥାରେ ନିୟୋଜିତ ରଖୁଛି ।”
ଅଡିପ୍ରେପ୍ ଏକ ବହନଯୋଗ୍ୟ ଅଡିଓ ବୁକ୍ ସମାଧାନ ଯାହା ସମୟର ସର୍ବୋତ୍ତମ ଉପଯୋଗ ନିମନ୍ତେ ସମର୍ଥ କରାଉଛି । ଜଣେ ଯେକୌଣସି ସମୟରେ ଏବଂ ତାଙ୍କ ପାଇଁ ସୁବିଧାଜନକ ହେବାଭଳି ଯେକୌଣସି ସ୍ଥାନରେ ଏହାକୁ ଶୁଣିପାରିବେ ଏବଂ ଶିକ୍ଷାଲାଭ କରିପାରିବେ । ଏହି ଉପକରଣ ମଧ୍ୟ ସ୍ପେଶ୍ଡ ରିପିଟେସନକୁ ସୁଗମ କରାଉଛି ଯାହା ଦୀର୍ଘକାଳୀନ ସ୍ମୃତିଚାରଣ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ବିଜ୍ଞାନସମ୍ମତ ଭାବରେ ପ୍ରମାଣିତ ହୋଇଛି । ଅଡିଓବୁକ୍ ମଧ୍ୟ ଛପାଯାଇଥିବା ପଠନ ସାମଗ୍ରୀ ଜରିଆରେ ଦୃଶ୍ୟଗତ ଚେତନା ଜାଗ୍ରତ କରିବା, ଅଡିଓ ରେକର୍ଡିଂ ଜରିଆରେ ଶୁଣିବା ଏବଂ ଅଣ୍ଡରଲାଇନ କରାଯାଇଥିବା ମୁଖ୍ୟ ମୁଖ୍ୟ ଶବ୍ଦଗୁଡିକୁ ଲେଖିବା ଜରିଆରେ ସ୍ପର୍ଶ ଚେତନାକୁ ଜାଗ୍ରତ କରିବା ଏବଂ ରନିଂ ନୋଟ୍ଗୁଡିକୁ ଗ୍ରହଣ କରିବା ଭଳି ବହୁ ଇନ୍ଦ୍ରିୟ ଭିତ୍ତିକ ଶିକ୍ଷା ଆହରଣ ସାମର୍ଥ୍ୟକୁ ସ୍ଥାନିତ କରିଛି ।
ଅଡିପ୍ରେପ୍ ଏନ୍ଇଇଟି ପାଇଁ ପ୍ରସ୍ତୁତି କରୁଥିବା ଆକାଶ+ବାଇଜୁସ୍ର ଏକାଦଶ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉପଲବ୍ଧ ହେବ ।