ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଦିପ୍ତିପୁର ଛକରେ ସୋମବାର ସକାଳ ୬ଟାରୁ ଏଚଡିଏଫସି ଏଗ୍ରୋ କଂପାନୀର ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜବୋରା କୃଷକ ସଂଗଠନର ଆହ୍ୱାନ କ୍ରମେ ମେଲଛାମୁଣ୍ଡା ଅଂଚଳର ଲଢୁଆ ସେନାର ଡାକରାରେ ମେଲଛାମୁଣ୍ଡା, ଟାଳ, ଜ୍ଞାନ ଓ ପଲସାପାଲି ଆଦି ପଂଚାୟତର ଶତାଧିକ ଚାଷୀ ଏକତ୍ରିତ ହୋଇ ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ, ବଜାର ସହିତ ରାଜରାସ୍ତାକୁ ବନ୍ଦ କରିଦେଇଥିଲେ । ଯଦ୍ୱାରା ରାଜରାସ୍ତା ଦେଇ ଯାଉଥିବା ଯାନ, ବାହାନ ସବୁ ଉଭୟ ପାଶ୍ୱର୍ରେ ଅଟଳି ରହିଥିଲା । ରାଜରାସ୍ତା ଉପରେ କୃଷକ ନେତା ସିର୍ଦ୍ଧାଥ ଶଙ୍କର ମିଶ୍ରଙ୍କ ସଭାପତୀତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ କୃଷକ ନେତାଗଣ ଏଚଡିଏଫସି ଏଗ୍ରୋ କଂପାନୀ ବିରୁଦ୍ଧରେ ରଣହୁଙ୍କାର ଦେବା ସହ ଅବିଲମ୍ବେ ବୀମା ରାଶି ପ୍ରଦାନ ଦାବୀ କରିଥିଲେ । ନଚେତ ଆଗାମି ଦିନରେ ଭୟଙ୍କର ଆନ୍ଦୋଳନର ଚେତାବନୀ ଦେଇଥିଲେ । ବନ୍ଦପାଳନରେ ସଂପଦ ଭୋଇ, ଟଙ୍କ ଭୋଇ, ନାରାୟଣ ବାଗ, ଜୟଦେବ ମେହେର, ଖଗେ ବାରିକ, ନିମାଇ ପଣ୍ଡା, ରାସବିହାରୀ ସାହୁ, ଗହଲ ମହାନନ୍ଦ, ସୂର୍ଯ୍ୟ ବାରିକ, ଜଗଦିଶ ମହାନନ୍ଦ, କୁଲ ବାରିକ, ରତିକାନ୍ତ ବାରିକ, ପ୍ରତ୍ୟୁଷ
ସେହିପରି ଘେଁସସ୍ଥିତ ସହୀଦ ମାଧୋ ସିଂଆଂଚଳିକ କୃଷକ ସଂଗଠନ ଆନୁକୁଲ୍ୟରେ ଘେଁସ, କୁଚିପାଲି, ସନିମାଲ, ବେହେରାପାଲି, ସାଲେପାଲି, ଝର, ପେଟୁପାଲି ଆଦି ପଂଚାୟତର ଚାଷୀ ଗଣ ଘେଁସ ଅଂଚଳର ସମସ୍ତ କାର୍ଯ୍ୟାଳୟ, ଦୋକାନ, ବଜାର ସବୁକୁ ବନ୍ଦ କରିବା ସହ ରାଜରାସ୍ତାକୁ ଅବରୋଧ କରିଥିଲେ । କୃଷକ ନେତା ମୁରଲି ଭୋଇଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ କୃଷକ ନେତାଗଣ ଏଚଡିଏଫସି ଏଗ୍ରୋ କଂପାନୀ ବିରୁଦ୍ଧରେ ଅସନ୍ତୋଷ ଝାଡିବା ସହ ବୀମା ରାଶି ପ୍ରଦାନ ଦାବୀ କରିଥିଲେ । ସଭାରେ ପ୍ରଭାତ ଭୋଇ, ଲୋକେଶ ବାରିକ, କୁଂଜ ପଧାନ, ଗୋବିନ୍ଦ ବରିହା, ବଲଦେବ ମଲିକ, ସଂପଦ ଭୋଇ, ଅରକ୍ଷିତ ମହାକର, ପ୍ରେମରାଜ ସାହୁ, କ୍ଷିରୋଦ୍ର ପଟେଲ, କୃଷ୍ଣ ପଣ୍ଡା, ସଚିଦା ମହାପାତ୍ର, ଶ୍ରୀବତ୍ସ ମହାପାତ୍ର ପ୍ରମୁଖ କୃଷକ ନେତା ବକ୍ତବ୍ୟ ରଖିଥିଲେ । ଉଭୟ ସ୍ଥାନକୁ ରାଜବୋଡା କୃଷକ ସଂଗଠନର କୃଷକ ନେତା ରମେଶ ମହାପତ୍ର ପହଂଚି ଆନ୍ଦୋଳନରତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ରାଜ୍ୟ
ଦିପ୍ତିପୁର ଓ ଘେଁସ ଛକରେ ରାସ୍ତାରୋକ
- Hits: 398