ହେଡଲାଇନସ୍:

‘ଭଲ କବିତା ଖୋଜ’ର ୬୨ତମ ଆସର : ପାଠକଙ୍କ ଋଚି ସମ୍ବଳିତ ସାହିତ୍ୟକୁ ଗୁରୁତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର(ଉଜ୍ଜ୍ୱଳ କର): ‘ଭଲ କବିତାର ଖୋଜ୍’ର ୬୨ତମ ଆସର ହୋଟେଲ ପଞ୍ଚଜନ୍ୟ ପରିସରରେ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପାଠକ ଓ ଲେଖକର ସମ୍ପର୍କ ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ନିରୋଳା ପାଠକଙ୍କୁ ଏଥରେ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ନିରୋଳା ପାଠିକା ଭାବେ ଅନିମା ସାମଲ, ଅରୁଣା ରାୟ, ରଞ୍ଜନ ବାଗ, ପତି୍ରକା ବିକ୍ରେତା ଭାବରେ ‘ନଲେଜ୍ କର୍ଣ୍ଣର’ର ସତ୍ତ୍ୱାଧିକାରୀ ଗୋବିନ୍ଦ ନାୟକ ଯୋଗ ଦେଇ ବେଶ୍ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଦୀକ୍ଷିତ ପାଠକ ସଂଖ୍ୟା ହ୍ରାସ ପାଇବା ସହ ଯୁବପିଢ଼ି ପଢ଼ାପଢ଼ି ପ୍ରତି ଅନାଗ୍ରହୀ ହେବା କାରଣରୁ ନୂଆ ପାଠକ ସୃଷ୍ଟି ନହେବା ଏକ ସମସ୍ୟା ହୋଇ ଠିଆ ହୋଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ତେବେ ପୂର୍ବାପେକ୍ଷା ପତତ୍ରପତ୍ରିକା ସଂଖ୍ୟା ବୃଦ୍ଧି ପାଇଛି ଏବଂ ବ୍ଲକ ସ୍ତରୀରେ ବହିମେଳାର ଆୟୋଜନ ହେଉଛି ସତ, ହେଲେ ପାଠକ ସଂଖ୍ୟା ସେଇ ତୁଳନାରେ ବୃଦ୍ଧି ପାଇନାହିଁ । ଲେଖକମାନେ ମଧ୍ୟ ପାଠକଙ୍କ ଋଚି ସମ୍ବଳିତ ବିଷୟବସ୍ତୁକୁ ଆଧାର କରୁନଥିବା ହେତୁ ଆଜି ବି ପ୍ରତିଭା ରାୟ ଓ ବିଭୂତି ପଟ୍ଟନାୟକଙ୍କ ବହି ବଜାରକୁ କବଳିତ କରି ରଖିଛି ବୋଲି ସେମାନେ କହିଥିଲେ । ଏହି ଆସରରେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ବିଶ୍ୱ ମାନଚିତ୍ରରେ ସାହିତ୍ୟର ପାଠକମାନେ କେତେ ପ୍ରାଜ୍ଞ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏଥି ସହିତ ‘ଭଲ କବିତାରେ ଖୋଜ୍’ର ଆଗାମୀ ୭୫ତମ ପ୍ଲାଟିନମ୍ ଜୁବିଲି ଉତ୍ସବରେ ତିନିଜଣ ଶ୍ରେଷ୍ଠ  ପାଠକ ଚୟନ କରି ପୁରସ୍କୃତ କରିବାର ପ୍ରସ୍ତାବରେ ସମସ୍ତେ ସହମତି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ପ୍ରତିଷ୍ଠାତା  ଆବାହକ କବି କୃଷ୍ଣ କୁମାର ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ଆଜିର ପ୍ରସଙ୍ଗ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ । ଅନ୍ୟତମ ପ୍ରତିଷ୍ଠାତା  ଆବାହକ  କବି ଉପôଳ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault