ହେଡଲାଇନସ୍:

ଫେରାର ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ସଇଁତଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜଣେ ଅଭିଯୁକ୍ତ ଏବେ ଵି ପୋଲିସ ହାତରୁ ଦୂରରେ
  • ସମ୍ପର୍କୀୟ ଙ୍କ ଘରେ ଲୁଚି ଥିବା ନେଇ ବନ୍ଧା ହେଲେ ଘର ମାଲିକ ସମେତ ଦୁଇ ସମ୍ପର୍କୀୟ

ଟିଟିଲାଗଡ଼ /ସଇଁତଲା.((ରଶ୍ମି ରେଖା ମହାପାତ୍ର ଏବଂ ତରୁଣ ବେହେରା ): ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର  ଓ ସେଲ୍ସମ୍ୟାନଙ୍କୁ  ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ମେନେଜର ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରି ଫେରାର ମାରିବା ପରେ ଭାଟି ମେନେଜର ଙ୍କ ଅଭିଯୋଗ କୁ ଭିର୍ତ୍ତି କରି ସଇଁତଲା ପୋଲିସ ଦୁର୍ବୁତ୍ତମାନଙ୍କୁ ଧରି ଆଣି ବଡ଼ମାଳ ଫାଣ୍ଡିରେ ଅଟକ ରଖି ପଚାରାଉଚରା ଚାଲିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫାଣ୍ଡି ପରିସର ରୁ ଚମ୍ପଟ ମାରିଥିବା ଘଟଣାରେ ଆଜି ସଇଁତଲା ପୋଲିସ ଜଣେ ମହିଳା ଙ୍କ ସମେତ 4 ଜଣ ଙ୍କୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ସମସ୍ତ ଅଭିଯୁକ୍ତ ଙ୍କ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି l ଏନେଇ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ରେ ଦେଇ ଥିବା ସୂଚନା ମୁତାବକ ସଇଁତଲା ଥାନା ରେ ମଦ ଭାଟି ରୁ ଲକ୍ଷାଧିକ ଟଙ୍କା ଲୁଟ ମାମଲା ବା କେସ ନଂ 100/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ଏହି ଘଟଣା ରେ ଦୁଇ ଜଣ ବ୍ୟକ୍ତି ବା ଡକାୟତ ପିଣ୍ଟୁ ଓରଫ ରମଣ ଦାସ ଏବଂ ସନ୍ତୋଷ ବଡ଼ଜେନା କୁ ଆଣି ପୋଲିସ ତଦନ୍ତ କରୁଥିଲା l ତେବେ ଫାଣ୍ଡି ଅଧିକାରୀ ଏବଂ ପୋଲିସ କର୍ମଚାରୀ ଙ୍କ କବଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ଅଭିଯୁକ୍ତ l
ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଓରଫ ରମଣ ଦାସ (22), ପିଙ୍କୁ କୁମ୍ଭାର ଓରଫ ପିକୁ (22), ଜ୍ୟୋତିର୍ମୟୀ ଦାସ (22) ଉଭୟ ସଇଁତଲା ଥାନା ସର୍ଗିପାଲି ହୋଇଥିବା ବେଳେ ହୃଦାନନ୍ଦ ଦାସ (46) ବେଳପଡା ଥାନା ମଧ୍ୟପୁର ବୋଲି ଜଣାପଡିଛି lବିନ୍ଦନବାହାଲି ମଦ ଭାଟି ଡକାୟତି ଘଟଣାରେ ପୋଲିସ 2 ଜଣ ଅଭିଯୁକ୍ତ ପିଣ୍ଟୁ ଓ ସନ୍ତୋଷ ବଡ଼ସେଠ ବଡ଼ମାଳ ଫାଣ୍ଡି ଆଣି ଅଟକ ରଖି ପଚାରାଉଚରା କରୁଥିବା ପୋଲିସ ଚଖମା ଦେଇ ଫେରାର ହୋଇଯାଇଥିଲେ l ଏଥିରେ ପିଣ୍ଟୁ ବେଳପଡା ଥାନା ମଧ୍ୟପୁର ଗ୍ରାମ ହୃଦାନନ୍ଦ ଦାସ ଙ୍କ ଘରେ ଆଶ୍ରୟ ନେଇଥିଲା l ପରେ ସର୍ଗିପାଲି ଘର ଆସି ଲୁଚିଛୁପି ରହୁଥିବା ବେଳେ ପୋଲିସ ଖବର ପାଇଁ ଚଢ଼ାଉ କରିଥିଲା l ଏଥିରେ ପିଣ୍ଟୁ , ଭାଉଜ ଜ୍ୟୋତିମୟୀ , ସହଯୋଗୀ ପିକୁ ଓ ହୃଦାନନ୍ଦ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି l ତାଙ୍କ ଠାରୁ ନଗଦ 30 ହଜାର ଟଙ୍କା, 2 ଗୋଟି ମୋବାଇଲ ଓ ପଲସର ବାଇକ ଜବତ କରିଛି ବୋଲି ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ଓ ସଇଁତଲା ଆଇଆଇସି ଅବନୀ ସାହୁ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି l ପ୍ରକାଶ ଯେ , ସଇଁତଲା ଥାନାର  ଶିଶକେଲା ପଞ୍ଚାୟତରେ ଥିବା ବିନ୍ଦନବାହାଲି ମଦ ଭାଟିରେ  ଗତ 18 ତାରିଖ   ରାତି 9 ଘଣ୍ଟା ସମୟରେ 8/10 ଜଣ ଦୁର୍ବୁତ୍ତମାନେ ମଦଭାଟିକୁ  ମଦ କିଣିବା ବାହାନାରେ ଯାଇଥିଲେ  l ହଠାତ ଭାଟିର ମେନେଜର  ଓ ସେଲ୍ସିମ୍ୟାନ ଙ୍କୁ ମାଡ଼ ମାରିବା ପରେ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭାଟିରେ ଥିବା 1 ଲକ୍ଷ 80 ହଜାର  ଟଙ୍କା ସହ 2 ଗୋଟି ମୋବାଇଲ ଫୋନ କୁ ଦୁର୍ବୁତ୍ତମାନେ ଲୁଟ କରି ଫେରାର ମାରିଥିଲେ l  ଏ ନେଇ 19 ତାରିଖ ଦିନ   ଭାଟି ମେନେଜର ପିଙ୍କୁ ସିଂ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  l  ଖବର ପାଇଁ ସଇଁତଲା ଆଇଆଇସି ଅବନୀ ସାହୁ , ବଡ଼ମାଳ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ , ଏଏସଆଇ ଥବିର ମହାରଣା ସହ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଂଚି ଘଟଣାର ଖୋଡ଼ତାଳ ଆରମ୍ଭ କରିଛନ୍ତି  l

0
0
0
s2sdefault