ମଦ ନ ଆଣିବାରୁ ମାଡ଼ ଅଭିଯୋଗ
ଘଟଣାକୁ ନେଇ ଠିକା ସଂସ୍ଥା ର କାର୍ଯ୍ୟାନୁଷ୍ଠାନ
ଟିଟିଲାଗଡ଼( ରଶ୍ମି ରେଖା ମହାପାତ୍ର): ମଦ ପାଇଁ ମାଡ଼ l ଆଉ ମାଡ଼ ରୁ ଆରମ୍ଭ ହୋଇଛି ତୀବ୍ର ପ୍ରତିକ୍ରିୟା l ବିଦ୍ୟୁତ ବିଭାଗ ର ଠିକା ସଂସ୍ଥା ର ଅଧିକାରୀ ନିଜ ତଳିଆ କର୍ମଚାରୀ ଙ୍କୁ ମଦ ପାଇଁ ମାଡ଼ ମାରିଥିବା ବେଳେ ଏବେ ବାବୁ କୁ ମହଙ୍ଗା ପଡିଛି l
ତଥାପି ବାବୁ ଙ୍କ ଟାଉଟର କମିନାହିଁ l ମାଡ଼ ମାରି ଭଲ କରିଥିବା ବିଷୟ ଟିଟିଲାଗଡ଼ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ କୁ କହିଛନ୍ତି l ଆଉ ଏହି କଥା ଵି ରେକର୍ଡ ହୋଇଛି କ୍ୟାମେରା ରେ l ବାବୁ ଜଣକ ନିଜ ତଳିଆ ଛୋଟିଆ କର୍ମଚାରୀ ଲାଇନ ମେନ ଦୁଇଜଣ ଙ୍କୁ ମାଡ଼ ମାରିଥିବା ଘଟଣା କୁ ସ୍ୱୀକାର କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭୁଲ ହୋଇଥିବା କହୁଥିବା ବେଲେ ସେହି ସମୟରେ ସହକାରୀ ଯନ୍ତ୍ରୀ ଙ୍କୁ ମାଡ଼ ମାରି ଠିକ କରିଥିବା କହିବା ବିଷୟ ଏବେ ବାବୁ ଦିଲୀପ ନାଏକ ଙ୍କୁ ମହଙ୍ଗା ପଡିଛି l ସମ୍ପୃକ୍ତ ଠିକା ସଂସ୍ଥା ଦିଲୀପ ନାଏକ କୁ କାର୍ଯ୍ୟ ରୁନିଲମ୍ବନ କରିଥିବା ସୂଚନା ଦେଇ ଛନ୍ତି l
ଟିଟିଲାଗଡ଼ ଟାଟାପାୱାର ବିଦ୍ୟୁତ ବିଭାଗ ପାଇଁ ଚୁକ୍ତି ଭିତିକ ନିଯୁକ୍ତି ତଥା କାମ କରିବା ପାଇଁ ଲାଇନ ମେନ, ହେଲ୍ପର ସହ ବିଳ ସଂଗ୍ରହ କରିବା ପାଇଁ ଢେଙ୍କାନାଳ ର ଶୁଭେନ୍ଦୁ ଦାଶ ଙ୍କୁ ଠିକାରେ ଦେଇଛି l ସମ୍ପୃକ୍ତ ସଂସ୍ଥା ଟିଟିଲାଗଡ଼ ଅଞ୍ଚଳ ରେ କୋର୍ଡିନେଟର ଭାବରେ ଦିଲୀପ ନାୟକ ଙ୍କୁ ଅଧିକାରୀ ଭାବରେ ଅବସ୍ଥାପିତ କରିଥିଲା l ଟିଟିଲାଗଡ଼ ରେ ଦିଲୀପ ନାୟକ ଯୋଗ ଦେବା ପର ଠାରୁ ଅନେକ ସମୟରେ ବିଭିନ୍ନ କାର୍ଯ୍ୟ କୁ ନେଇ ବିବାଦ ରେ ରହିଥିବା ଚର୍ଚ୍ଚା ହେଉଥିଲା l ନିଯୁକ୍ତି ସମୟରେ ମୋଟା ରକମ ର ଅର୍ଥ କାରବାର ଵି ହୋଇଥିବା ଅଭିଯୋଗ ନୂଆ ନୁହେଁ l ତେବେ ବାବୁ ଦିଲୀପ ନାୟକ ଙ୍କ ମଦ ପିଇବା ନିଶା ହିଁ ତାଙ୍କୁ ଘାଇଲା କରିଛି l ମହଙ୍ଗା ପଡିଛି l ଅଧିକାରୀ ଜଣଙ୍କ ରାତ୍ରି 12 ଟାରେ ମଦ ଆଣିବାକୁ ନିଜ ତଳିଆ କର୍ମଚାରୀ ମାନଙ୍କୁ କହିବା ସହ ନିସ୍ତୁକ ମାଡ଼ ମାରିଛନ୍ତି l ପୁଣି ମଦ ନ ଆଣିବାରୁ ସମ୍ପୃକ୍ତ ଦୁଇ ଜଣ ଲାଇନ ମେନ ମାନଙ୍କୁ ଆହୁରି ନିସ୍ତୁକ ମାଡ଼ ମାରିଛନ୍ତି l ଏମିତି ଅଭାବନୀୟ ଘଟଣା ଟିଟିଲାଗଡ଼ ସହରରେ ଦେଖିବାକୁ ମିଳିଛି l ଅଭିଯୋଗ ରୁ ପ୍ରକାଶ ଯେ ସଇଁତଲା ବ୍ଲକ ଅଧିନସ୍ଥ ଘୁନସର ଗା ର ଦୁଇ ଜଣ ଲାଇନ ମେନ ଭାବରେ ରଞ୍ଜନ ସେଠ ଏବଂ ପ୍ରସନ ସେଠ ଟିଟିଲାଗଡ଼ ସେକସ୍କନ ଅଧୀନରେ କାମ କରୁଛନ୍ତି l ଗତ ରାତ୍ରି ରେ ଅଧିକାରୀ ଜଣକ ଦୁଇ ଜଣ କର୍ମଚାରୀ ଙ୍କୁ ମଦ ଆଣିବାକୁ କହି ନିର୍ଧୁମ ଛେଚିଥିବା ଅଭିଯୋଗ ଆଣିଛନ୍ତି l ଟିଟିଲାଗଡ଼ ସେକ୍ସକନ କୋର୍ଡିନେଟର ଭାବରେ ଥିବା ଦିଲୀପ ନାୟକ କୁଆଡେ ରାତ୍ରି ରେ ଦୁଇଜଣ ଲାଇନ ମେନ କୁମଦ ଆଣିବା ପାଇଁ କହିଥିଲେ l ଆଉ ଏନେଇ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ଵି ହୋଇଛି l ଲାଇନ ମେନ ମାନଙ୍କ ଉପରେ ମାଡ଼ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଲାଇନ ମେନ ସଂଘ l ଏସ ଡ଼ି ଓ ଠାରୁ ନେଇ ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରିଛି ସଂଘ l ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା କୁ ଦାବୀ କରିଛି ସଂଘ l ନଚେତ ଆଗକୁ ଭୟଙ୍କର ସ୍ଥିତି ଘଟିବ ବୋଳି କଡା ଚେତାବନୀ ଦେଇଛି ସଂଘ lମାଡ଼ ମାରିଥିବା କଥା କୁ ସ୍ୱୀକାର କରିଛନ୍ତି ଅଧିକାରୀ ଜଣକ l ନିଜ ଭୁଲ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ କହିବା ସହ ମୁଁ ନିଜ ପୁଅ ବୋଳି ଭାବି ହାତ ଉଠେଇ ଦେଲି ବୋଳି ସଫେଇ ଦେଇଛନ୍ତି l l ହେଲେ ମଦ ପାଇଁ ନୁହେଁ,ନିଯୁକ୍ତି ରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ବେଲେ ଏହି କଥା କୁ ବାହାରେ ପ୍ରକାଶ କରିବା ତଥ୍ୟ କୁ ନେଇ ମାଡ଼ ମାରିଥିବା କହୁଥିବା ବେଳେ ପୁଣି କେତେବେଳେ ମାଡ଼ ମାରି ଠିକ କରିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କ ଆଗରେ ପ୍ରକାଶ କରିବା ଘଟଣା କୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିଛି ତଳିଆ କର୍ମଚାରୀ ସଂଘ l ନିଜେ ଅଧିକାରୀ ଜଣଙ୍କ ହିଁ ନିଯୁକ୍ତି ସମୟରେ ଲକ୍ଷ ଲକ୍ଷ ଟଙ୍କା ର କାରବାର ହୋଇଥିବା ସ୍ୱୀକାର କରୁଛନ୍ତି l ଲାଞ୍ଚ କାରବାର ରେ ନିଯୁକ୍ତି ହୋଇଥିବା ନେଇ ବୟାନ ଦେଇଛନ୍ତି l ଏମିତି କି ନିଜେ ହିଁ ନିଯୁକ୍ତି ପ୍ରକ୍ରିୟା ରେ ସାମିଲ ରହିଥିବା ବେଳେ ଲାଞ୍ଚ କାରବାର ଯୋଗୁଁ ଅନେକ ନିଯୁକ୍ତି ପାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି l ଲାଇନ ମେନ ବାବଦକୁ ଏକ ଲକ୍ଷ ସତୁରି ହଜାର ଟଙ୍କା ଏବଂ ହେଲପର ପଦବୀ ପାଇଁ ଏକ ଲକ୍ଷ ତିରିଶ ହଜାର ଟଙ୍କା ଲାଞ୍ଚ ଯାଇଛି l ଯାହା ଏକ ବଡ଼ ସଂଗୀନ ଅଭିଯୋଗ କରିଛନ୍ତି l ଏହି ଘଟଣା ଟିଟିଲାଗଡ଼ ବିଦ୍ୟୁତ ବିଭାଗ ର ସହକାରୀ ଯନ୍ତ୍ରୀ ଠୁ ନେଇ ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ ଗଲାଣି l ହେଲେ କ୍ୟାମେରା ଆଗରେ କିଛି କହିବାକୁ ନାରାଜ ଅଧିକାରୀ l ତଥାପି ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ କହୁଛନ୍ତି, ଅଭିଯୋଗ ଆସିଛି, ମାଡ଼ ମରା ଘଟଣା ଘଟିଛି l ଏହାର ତଦନ୍ତ ହେବ l ସେପଟେ ଏହି ଘଟଣା କୁ ନେଇ ସମ୍ପୃକ୍ତ ଠିକା ସଂସ୍ଥା ର ମୁଖ୍ୟ ଶୁଭେନ୍ଦୁ ଦାଶ ସମ୍ପୃକ୍ତ ଅଧିକାରୀ ଦିଲୀପ ନାଏକ କୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି l ଏବଂ ଲାଞ୍ଚ କାରବାର କୁ ଖଣ୍ଡନ କରିବା ସହ ସଂସ୍ଥା ସମ୍ପୃକ୍ତ ଅଧିକାରୀ କୁ ନିଲମ୍ବନ କରିଥିବା ଯୋଗୁଁ ସେ ଟଙ୍କା କାରବାର ର ଅଭିଯୋଗ କରୁଥିବା କହିଛନ୍ତି lମଦ ପାଇଁ ମାଡ଼ ମାରିବା ଘଟଣା ଏବେ ସହରରେ ଚର୍ଚ୍ଚା ହେଉଥିବା ବେଳେ ନିଯୁକ୍ତି ରେ ବ୍ୟାପକ ଅର୍ଥ କାରବାର ବିଷୟ ଏବେ ନିଯୁକ୍ତି ରେ ସ୍ଵଛତା ଉପରେ ଵି ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଏହାରି ଉପରେ ଭିଜିଲାନ୍ସ ବିଭାଗ ର ତଦନ୍ତ ଦାବୀ ହୋଇଛି |