ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଂଚାୟତ ର କୁଳ ନାଗପୁର ଗ୍ରାମ ର ରାସ୍ତା ପାଲଟିଛି ମରଣ ଯନ୍ତା l ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ରହି ଆସୁଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗୋଟିଏ ପଟେ ପାଣି ଜମିଥିବା ବେଳେ ଅନ୍ୟପଟେ ଘଞ୍ଚ ଜଙ୍ଗଲ ହୋଇଛି l ଯାହାକି ଜରୁରୀ ପରିସ୍ଥିତି ରେ ମେଡିକାଲ ଯିବାପାଇଁ ଆମ୍ବୁଲାନ୍ସ ଆସିବା କଷ୍ଟ ସାଧ୍ୟ ହେଉଥିବା ବେଳେ ଛୋଟ ପିଲା ସ୍କୁଲ ଯିବାରୁ ମଧ୍ୟ ବଂଚିତ ହେଉଛନ୍ତି l ପ୍ରଶାସନ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହୋଇ ଆସୁଥିବା ବେଳେ କୁଳ ନାଗପୁରା ର ଗ୍ରାମବାସୀ ମାନେ ଏଥିରୁ ବଞ୍ଚିତ l ସ୍ଥାନୀୟ ପ୍ରଶାସନ ର ମନମୁଖି କାର୍ଯ୍ୟକ୍ରମ ପାଇଁ ଆଜି ବିପଦ ସଂକୁଳ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି l
ରାଜ୍ୟ
ରାସ୍ତା ପାଲଟିଛି ମରଣ ଯନ୍ତା
- Hits: 279