ହେଡଲାଇନସ୍:

ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ରେ ଏସଟିପିଆଇ-ଭୁବନେଶ୍ୱରର ଷ୍ଟାର୍ଟଅପ୍‍ ଏବଂ ବିପିଓ ୟୁନିଟଗୁଡିକର ଅଂଶଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗାନ୍ଧୀନଗର ଠାରେ ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ ଉଦଘାଟିତ ହୋଇଥିଲା । ଏହାର ବିଷୟବସ୍ତୁ ହେଉଛି ‘କାଟାଲାଇଜିଂ ନିୟୁ ଇଣ୍ଡିଆସ୍‍ ଟେକ୍‍ଏଡ’, ଯାହା ଦେଶକୁ ଏକ ଡିଜିଟାଲ ଉପାୟରେ ସଶକ୍ତ ସମାଜ ଏବଂ ଜ୍ଞାନଭିତ୍ତିକ ଅର୍ଥନୀତିରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖିଛି ।
ବିଶ୍ୱସ୍ତରରେ ଦର୍ଶକଙ୍କୁ ଭାରତର ପ୍ରଯୁକ୍ତିଗତ ସାମର୍ଥ୍ୟ ପ୍ରଦର୍ଶନ କରିବା, ବିବିଧ ସହଭାଗୀଙ୍କ ସହିତ ସହଯୋଗିତା ଏବଂ ବ୍ୟବସାୟିକ ସୁଯୋଗ ସମ୍ଭାବନା ଅନୁଧ୍ୟାନ ସକାଶେ ଏକ ଡିଜିଟାଲ ମେଳା/ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଷ୍ଟଲ୍‍ ଡିଜିଟାଲ ସମାଧାନଗୁଡିକ ଜୀବନଯାପନକୁ କିଭଳି ସହଜ କରୁଛି, ତାହା ପ୍ରଦର୍ଶିତ କରିଥିଲା ।
ସଫ୍ଟୱେର ଟେକ୍‍ନୋଲୋଜି ପାର୍କ ଅଫ ଇଣ୍ଡିଆ ‘ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨’ ଅବସରରେ ୭୫ରୁ ଅଧିକ ସମ୍ପୂର୍ଣ୍ଣ ନୂତନ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରଦର୍ଶିତ କରିଥିଲା । ୨୦୦ ପାଭିଲିଅନ ମଧ୍ୟରୁ ଏସ୍‍ଟିପିଆଇର ଷ୍ଟାର୍ଟଅପ୍‍ଗୁଡିକ ଭବିଷ୍ୟତର ଡିଜିଟାଲ ସମାଧାନ ଏବଂ ନବସୃଜନକାରୀ ପ୍ରଯୁକ୍ତିଗତ ଉତ୍ପାଦର ସର୍ବବୃହତ ପ୍ରଦର୍ଶନକାରୀ ହୋଇଥିଲେ । ଏସଟିପିଆଇ-ଭୁବନେଶ୍ୱର ପକ୍ଷରୁ ଡିଜିଟାଲ ମେଳାରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ, ଭୁବନେଶ୍ୱର ଏବଂ ଏନଜିଆଇଏସ୍‍ର ୧୨ଟି ସମ୍ପୂର୍ଣ୍ଣ ନୂତନ ଷ୍ଟାର୍ଟଅପ୍‍ର ଅଂଶଗ୍ରହଣକୁ ସୁଗମ କରାଯାଇଥିଲା, ଯାହା ଭବିଷ୍ୟତର ବହୁବିଧ ପ୍ରଯୁକ୍ତି ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଏସ୍‍ଟିପିଆଇ ଭୁବନେଶ୍ୱରରେ ଏନ୍‍ଜିଆଇଏସ୍‍ ଅଧୀନରେ ଥିବା ଦୁଇଟି ଷ୍ଟାର୍ଟଅପ୍‍ ମେସର୍ସ ମୁଲ୍‍ ଇନୋଭେସନ ଲାବ୍‍ସ୍‍ ପ୍ରାଇଭେଟ ଲିମିଟେଡ ଏବଂ ମେସର୍ସ ଫେଲିସ୍‍ ଲିଓ ୱିଜେଟ୍‍ସ୍‍ ପ୍ରାଇଭେଟ ଲିମିଟେଡ (ନେକ୍ସସ ପାୱାର)କୁ ଏସଟିପିଆଇ ଏନଜିଆଇଏସ୍‍ ସିଡ୍‍ ଫଣ୍ଡ୍‍ ଆକାରରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ଇଲେକଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରରେ ଥିବା ଇନ୍‍କ୍ୟୁବେଟ ଷ୍ଟାର୍ଟଅପ୍‍ ମେସର୍ସ ଏସ୍‍ପିକେ-ମାକ୍‍ ଟେକ୍‍ନୋଲୋଜିସ୍‍ ପ୍ରାଇଭେଟ ଲିମିଟେଡ, ମେସର୍ସ ପ୍ରାୟୋରିଟିଜ ମେଡ୍‍ ଇଜି ଟେକ୍‍ନୋଲୋଜି, ମେସର୍ସ ଏସଏମପିଏସ୍‍ ଇଲେକଟ୍ରିକ କଂଟ୍ରୋଲ ଏବଂ ମେସର୍ସ ନିସ୍ତୁଲା ଇନଷ୍ଟ୍ରୁମେଣ୍ଟ ଆଣ୍ଡ ଇନୋଭେସନ ପ୍ରାଇଭେଟ ଲିମିଟେଡକୁ ଏସଟିପିଆଇ ସିଓଇ ସିଡ ଫଣ୍ଡ୍‍ ଆକାରରେ ୧ଲକ୍ଷ ଟଙ୍କା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମ ଆୟୋଜନ ସମୟରେ ଭୁବନେଶ୍ୱର ଥିବା ଇଲେକଟ୍ରୋପ୍ରିନ୍ୟୋର ପାର୍କ, ଇଏସ୍‍ଡିଏମ ସିଓଇ ପାଇଁ ଓପନ୍‍ ଚାଲେଞ୍ଜ ପ୍ରୋଗ୍ରାମ ୩.୦ (ଓସିପି) ଏବଂ ଏସଟିପିଆଇ-ଭୁବନେଶ୍ୱର ପାଇଁ ଅବସ୍ଥିତି ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରୁଥିବା ଡିପ୍‍-ଟେକ ସଲ୍ୟୁସନ୍ସ ନିମନ୍ତେ ଚୁନୌତି ୪.୦କୁ ଅନ୍ୟ ସିଓଇ ଏବଂ ଏସଟିପିଆଇ କେନ୍ଦ୍ରଗୁଡିକ ନିମନ୍ତେ ଶୁଭାରମ୍ଭ କରାଯାଇଥିଲା ।
ଶ୍ରୀ ମାନଓ ପଣ୍ଡା, ଡାଇରେକ୍ଟର, ଏସ୍‍ଟିପିଆଇ-ଭୁବନେଶ୍ୱର ସମସ୍ତ ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍‍, ବିପିଓ ୟୁନିଟ ଓ ସିଡ୍‍ ଫଣ୍ଡ୍‍ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ଏସଟିପିଆଇ ପକ୍ଷରୁ ସିଇଓ ଏବଂ ଏନଜିଆଇଏସ୍‍ ଜରିଆରେ ଆରମ୍ଭ କରାଯାଇଥିବା ଟେକ୍‍ ଷ୍ଟାର୍ଟଅପ୍‍ ଅଭିଯାନ ଦେଶର ଟିୟର-୨ ଓ ଟିୟର-୩ ସହରଗୁଡିକରେ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାକୁ ଅଧିକ ମଜଭୁତ କରିବ ଏବଂ ସଫ୍ଟୱେର ଏବଂ ଇଲେକଟ୍ରୋନିକ୍ସ ଉତ୍ପାଦ ସୃଷ୍ଟି କ୍ଷେତ୍ରରେ ରୂପାନ୍ତରଣକାରୀ ଭୂମିକା ନିର୍ବାହ କରିବା ସହିତ ଦେଶର ନବସୃଜନ ଆଧାରିତ ଅର୍ଥନୀତି ପ୍ରତି ଅବଦାନ ରଖିବ ।

 

0
0
0
s2sdefault