ହେଡଲାଇନସ୍:

ଅସହାୟ ଙ୍କୁ ସାହା ହେଉଛି ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରୁଛି ଅନୁଷ୍ଠାନ

ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: କଥାରେ ଅଛି ନର ସେବା ହିଁ ନାରାୟଣ ସେବା l ଗରିବ ଲୋକଙ୍କ ପେଟରେ ଦୁଇ ମୁଠା ଆହାର ଯୋଗାଇ ଦେବା ପାଇଁ ଆଗେଇ ଆସିଛି ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାରୱାଡି ଯୁବା ମଞ୍ଚ ଟିଟିଲାଗଡ଼ ଶାଖା l ମାରବାଡ଼ି ଯୁବ ମଞ୍ଚ ଟିଟିଲାଗଡ଼ ଶାଖା ତରଫରୁ ପ୍ରତି ରବିବାର ଦିନ ସରକାରୀ ଡାକ୍ତର ଖାନା ସମ୍ମୁଖରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଗରିବ ଖଟିଖିଆ, ଡାକ୍ତରଖାନାକୁ ଆସୁଥିବା ରୋଗୀ ତଥା ରୋଗୀ ମାନଙ୍କ ସମ୍ପର୍କୀୟ ଲୋକଙ୍କୁ ମାଗଣା ରେ ରନ୍ଧା ବଣ୍ଟନ କରାଯାଉଛି l ସୂଚନା ଥାଉ କି ପ୍ରତି ରବିବାର ଦିନ ସରକାରୀ ଆହାର କେନ୍ଦ୍ର ବନ୍ଦ ରହୁ ଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସହିତ ଆସୁ ଥିବା ସମର୍କୀୟ ଓ ଦୈନିକ ମଜୁରିଆ ତଥା ଖଟିକିଆ ମାନଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ୁଥିଲା l ଯାହାକୁ ହୃଦୟଙ୍ଗମ କରି ମାରବାଡ଼ି ଯୁବ ମଞ୍ଚ ଏହି ସେବା କାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ଆରମ୍ଭ କରିଛି।ପ୍ରତି ରବିବାର ଦିନ ଅନୁଷ୍ଠାନ ର କର୍ମକର୍ତା ମାନେ ନିଜ ସ୍ୱ ଉଧ୍ୟମ ରେ ଏହି ସେବା ଗରିବ ଲୋକଙ୍କୁ ଯୋଗାଇ ଆସୁଛନ୍ତି l ଫଳରେ ଅନେକ ଲୋକ ତଥା ରୋଗୀ ମାନେ ଉତ୍ତମ ମାନର ପୁଷ୍ଟି ଯୁକ୍ତ ଖାଦ୍ୟ ପାଇ ବେଶ ସନ୍ତୋଷଲାଭ କରିବା ସହ ଅନୁଷ୍ଠାନ ର କର୍ମକର୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି l ଯୁବ ମଞ୍ଚ ର ନେତୃବୃନ୍ଦ ଙ୍କ କହିବା ଅନୁଯାୟୀ ମଞ୍ଚର ସଦସ୍ୟ ଓ ଟିଟିଲାଗଡ ସହର ର ଲୋକେ ସେମାନଙ୍କ ଜନ୍ମ ଦିନ ଉତ୍ସବ, ବିବାହ ବାର୍ଷିକତ୍ସବ, ପୁଣ୍ୟ ତିଥି ବା ଅନ୍ୟାନ୍ୟ ମହତ ପୁର୍ଣ ଦିବସ ଅବସରରେ ସହଯୋଗ କରି ଗରିବ ଦିନ ହୀନ ମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଆହୁରି ଅନେକ ଗରିବ ଲୋକେ ଉପକୃତ ହୋଇ ପାରନ୍ତେ l ମାରୱାଡି ଯୁବା ମଞ୍ଚ ର ରାଜା କମାନି, ସଭାପତି ପୂର୍ବତନ ସଭାପତି ଅମର ଜୈନ,ରାକେଶ ଜୈନ,ଶୈଳେଶ ଗୋୟଲ, ଦୀପକ ଜୈନ,ରୀଙ୍କୁ ଅଗ୍ରୱାଲ, ଅଙ୍କିତ ଲାଠ,ତୁଳସୀ ଜୈନ ବରିଷ୍ଠ ସାମ୍ବାଦିକ ଇଶ୍ୱର ଜୈନ ସମେତ ଅନ୍ୟ ଅନେକ ସଦସ୍ୟ ଉପସ୍ଥିତ ଥିଲେ l

0
0
0
s2sdefault