ପଦ୍ମପୁର(ଶାସକପ୍ରଶାସକ)- ଫସଲବୀମା ପ୍ରଦାନ ତଥା ଏଚଡିଏଫସି ବୀମା କମ୍ପାନୀର ଟାଲଟୁଲ ନିତି କୁ ବିରୋଧ କରି ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ଆସନ୍ତା ୧୮/୦୭/୨୦୨୨ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା ଦେଇଛି କୄଷକ ସଂଗଠନ । ବିଜେପୁର ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ପାଇଁ ବିଜେପୁର ଆଞ୍ଚଳିକ କୄଷକ ସଂଗଠନ ପକ୍ଷରୁ ବିଜେପୁର ତହସିଲଦାରଙ୍କୁ ଲିଖିତ ଜଣାଇଥିଲେ । ଚାଷୀଙ୍କ ଦାବିକୁ ବିଜେପୁର ତହସିଲଦାର ବରଗଡ଼ ଜିଲ୍ଲାପାଳ ଙ୍କୁ ଚିଠି ଆକାରରେ ଜଣାଇଛନ୍ତି । ହେଲେ ବିଡମ୍ବନାର ବିଷୟ ଏହାକି ତହସିଲଦାର ମହୋଦୟଙ୍କୁ ଜଣା ନାହିଁ କି ଚାଷୀମାନେ କେବେ ବନ୍ଦ ପାଳନ କରିବେ । କାରଣ ସେ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି କି ଚାଷୀମାନେ ୧୮/୦୬/୨୦୨୨ ଦିନ ସକାଳ ୦୬ ଟାରୁ ସନ୍ଧ୍ୟା ୦୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବେ । ଯାହାକି ଗୋଟିଏ ମାସ ପୂର୍ବ ତାରିଖ ଉଲ୍ଲେଖ ରହିଛି । ତହସିଲଦାର ମହୋଦୟ ଜୁନ ମାସ ଓ ଜୁଲାଇ ମାସ ମଧ୍ୟରେ ଅବଗତ ଅଛନ୍ତି ନା ନାହାଁନ୍ତି ତାହା ପ୍ରଶ୍ନବାଚୀ । ଚାଷୀ ବର୍ତ୍ତମାନ ସମୟରେ ଗୋଟିଏ ଦୁର୍ବିପାକ ପରିସ୍ଥିତିରେ ଗତି କରୁଥିବା ବେଳେ ଚାଷୀଙ୍କ ସମସ୍ୟା କୁ ନେଇ ଚିଠି ଲେଖିଲା ବେଲେ ଏଭଲି ଖାମଖିଆଲି ଚାଷୀଙ୍କ ପ୍ରତି ଏକ ପରିହାସ ପରି ମନେ ହେଉଛି । ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଏଭଲି ଭୁଲ କରିବା ଚାଷୀଙ୍କ ସମସ୍ୟା କୁ ଅଣଦେଖା କରୁଥିବା ଭଲି ମନେ ହେଉଛି ।
ରାଜ୍ୟ
ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା
- Hits: 330