ହେଡଲାଇନସ୍:

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସଂସ୍କୃତି ଓ ପରମ୍ପରା କୁ ପ୍ରଚାର ପ୍ରସାର କରିବା ପାଇଁ ପୂଜ୍ୟ ପୂଜା ପକ୍ଷରୁ ବ୍ରହ୍ମକ୍ଷେତ୍ର ପୀଠରେ ଆଲୋଚନା ଚକ୍ର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ପୂଜ୍ୟ ପୂଜା ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁ ବଳଦେବଜୀଉଙ୍କ ସଂସ୍କୃତି କୁ ସାରା ଓଡ଼ିଶାରେ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ କରି ଲୋକମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଜ୍ଞାନକୁ ଉଜ୍ଜୀବିତ କରିବା ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଉପରେ ବିଭିନ୍ନ ସ୍ମୃତିଚାରଣ , ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ପୂଜା ଓଡ଼ିଶାର ସଭାପତି ବିରଜା ପ୍ରସାଦ ଶତପଥୀ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ସଂସ୍କୃତି ବିଶେଷଜ୍ଞ ପର୍ଶୁରାମ ଦ୍ବିବେଦୀ,ବିଶିଷ୍ଟ ବକ୍ତା ଭାବେ ସ୍ବାମୀଜୀ ବ୍ରହ୍ମଚାରୀ ନରେନ୍ଦ୍ର ଦାସ,ଲେଖିକା ଡ଼ଃ.ଆରତୀ କର, ଶ୍ରୀ ଜଗନ୍ନାଥ ଆଶ୍ରିତ ମଣ୍ଡଳୀ ସମ୍ପାଦକ ଗଣେଶ ଚନ୍ଦ୍ର ପଣ୍ଡା,ପୂଜ୍ୟ ପୂଜା ସମ୍ପାଦକ ରମାକାନ୍ତ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବଳଦେବଜୀଉ ଙ୍କ ଉପରେ ଆଶିଷ ବାଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବଳଦେବ ଜୀଉ ଟ୍ରଷ୍ଟ ବୋର୍ଡର ମାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର ନାଥ ବେହେରା ଙ୍କୁ ଅନୁଷ୍ଠାନ ପକ୍ଷରୁ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଓ ଉମେଶ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ମାନ ୨୦୨୨ ରେ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମ ରେ ଗ୍ରୀନ ଭିଜନ ଅଧ୍ୟକ୍ଷ ବଳରାମ ପାତ୍ର,ବଜାର କମିଟି ସଭାପତି ସନ୍ତୋଷ ପ୍ରଧାନ,ମନ୍ଦିର ମୁଖ୍ୟ ପୂଜକ ହେମନ୍ତ ପଣ୍ଡା,ଯୁବ ସମାଜସେବୀ ଜ୍ଞାନ ରଞ୍ଜନ ରାଉତ,ସୁଶାନ୍ତ ନାୟକ,ସାରଦା ଆଚାର୍ଯ୍ୟ,ପଦ୍ମ ଲୋଚନ ଆଚାର୍ଯ୍ୟ,ଦୀପକ ପରିଡା,ନରହରି ଦାସ,ବିରଞ୍ଚି ନାରାୟଣ ମିଶ୍ର,ମନ୍ଦିର ଟ୍ରଷ୍ଟି ଚୌଧୁରୀ ଅଜୟ କୁମାର ନନ୍ଦ,ରାଜେନ୍ଦ୍ର ମୋହନ କର, ଜ୍ୟୋତି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ତେବେ ସାରା ଓଡ଼ିଶାରେ ଡ଼ଃ. ଆରତୀ କର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଉପରେ 'ଉତ୍କଳ ପ୍ରସଙ୍ଗ' ନାମକ ଏକ ପୁସ୍ତକ ରଚନା କରିଛନ୍ତି ଯାହା ଆଜି ସାରା ଓଡ଼ିଶାରେ ବଳଦେବଜୀଉଙ୍କ ସଂସ୍କୃତି କୁ ପ୍ରଚାର ପ୍ରସାର କରିବାରେ ନିୟୋଜିତ ହୋଇପାରିଛି । ସେଥିପାଇଁ ମଧ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏବଂ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପକ୍ଷରୁ ଶ୍ରୀମତୀ କରଙ୍କୁ ସାଧୁବାଦ ଜଣାଯାଇଛି । ଏପରିକି ପୂଜ୍ୟ ପୂଜା ଓଡିଶା ପକ୍ଷରୁ ଆୟୋଜିତ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ମଧ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ବିଧାୟକ ପ୍ରତାପ ଜେନା ଙ୍କ ତରଫରୁ କୃତଜ୍ଞତା ଜଣାଯାଇଛି । ଅପରପକ୍ଷରେ ଆଗକୁ ଜଗନ୍ନାଥ ସଂସ୍କୃତି ଓ ଏହାର ପ୍ରଚାର ପ୍ରସାର ପାଇଁ ସାରା ରାଜ୍ୟ ରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପୂଜ୍ୟ ପୂଜା ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault